Latest Odisha News

BREAKING NEWS

ଚିକିତ୍ସା ପାଇଁ ମୁମ୍ବାଇ ଯିବେ ନବୀନ, ନିଜେ ‘ଏକ୍ସ’ରେ ଦେଲେ ସୂଚନା

ଭୁବନେଶ୍ବର: ସ୍ବାସ୍ଥ୍ୟଜନିତ ସମସ୍ୟା ପାଇଁ ମୁମ୍ବାଇ ଯିବେ ବି‌ରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଜୁନ୍ ୨୨ରେ ସେ ମୁମ୍ବାଇର ପ୍ରଖ୍ୟାତ କୋକିଲା ବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କରାଇବେ ବୋଲି ସୂଚନା ରହିଛି । ଏନେଇ ନବୀନ ପଟ୍ଟନାୟକ ନିଜେ ସୂଚନା ଦେଇଛନ୍ତି ।

ନବୀନ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ, ସେ ସର୍ଭାଇକାଲ ଆର୍ଥ୍ରାଇଟିସ୍‌ର ଚିକିତ୍ସା ପାଇଁ ମୁମ୍ବାଇ ଯାଉଛନ୍ତି । ତାଙ୍କର ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡା ମୁମ୍ବାଇରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବେ । ସେ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ଓଡ଼ିଆ ଭାଇଭଉଣୀଙ୍କ ଶୁଭେଚ୍ଛା ଓ ଆଶୀର୍ବାଦ କାମନା କରିଛନ୍ତି । ସୁସ୍ଥ ହୋଇ ଫେରିବା ପରେ ସେବା ଜାରି ରଖିବି ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।

ତେବେ ଏହି ଖବର ସାମ୍ନାକୁ ଆସିବା ପରେ ନବୀନଙ୍କ ଅନୁଗାମୀଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ତାଙ୍କର ସମର୍ଥକମାନେ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ।

Comments are closed.