Latest Odisha News

ନୀତିନଙ୍କୁ ନବୀନଙ୍କ ଚିଠି, ୫୫ ନମ୍ବର ଜାତୀୟ ରାଜପଥ କାମରେ ବିଳମ୍ବ ନେଇ ଝାଡ଼ିଲେ ଅସନ୍ତୋଷ

ଭୁବନେଶ୍ବର : କଟକ-ଅନୁଗୁଳ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ଉନ୍ନତିକରଣରେ ଅହେତୁକ ବିଳମ୍ବନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଛନ୍ତି । ଶୀଘ୍ର ରାସ୍ତା କାମ ସାରିବାକୁ ଚିଠିରେ ଦାବି କରିଛନ୍ତି ନବୀନ । ମୁଖ୍ୟମନ୍ତ୍ରୀଙ୍କ କହିବା କଥା, ୨୦୧୭ରୁ ଜତୀୟ ରାଜପଥ ପ୍ରାଧିକରଣ ଏହି କାମ କରୁଛି କିନ୍ତୁ ପରିତାପର ବିଷୟ ୫ ବର୍ଷ ପରେ ବି ୪ ଲେନ୍ ବିଶିଷ୍ଟ ୫୫ ନମ୍ବର ଜାତୀୟ ରାଜପଥ କାମ ଶେଷ ହୋଇପାରୁନାହିଁ।

ଏଥିସହ ମୁଖ୍ୟମନ୍ତ୍ରୀ, ନୀତିନ ଗଡ଼କରୀଙ୍କୁ ଲେଖିଥିବା ଚିଠିରେ ଜମି ହରାଇଥିବା ଲୋକଙ୍କ ପୁନର୍ବାସ ଓ ଥଇଥାନ ନହେବା ବିଷୟ ମଧ୍ୟ ଉଲ୍ଲେଖ କରିଛନ୍ତି। ପଶ୍ଚିମ ଓଡ଼ିଶାବାସୀଙ୍କ ଜୀବନରେଖା କୁହାଯାଉଥିବା, ୫୫ ନମ୍ବର ଜାତୀୟ ରାଜପଥର କାମ ସମ୍ପୂର୍ଣ୍ଣ ନହେବା ଯୋଗୁଁ ବିଗତ ୨ ବର୍ଷ ମଧ୍ୟରେ ୩୯୯ ଦୁର୍ଘଟଣା ଘଟିଥିବା ବେଳେ ୧୯୬ ଜଣଙ୍କ ଅକାଳ ମୃତ୍ୟୁ ଘଟିଛି । ବଡ଼କଥା ହେଲା ଏନେଇ ଏନଏଚଏଆଇ ଆଞ୍ଚଳିକ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଇଥିଲେ ବି ସନ୍ତୋଷଜନକ ଉତ୍ତର ମିଳିନି । ଯାହାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।

Comments are closed.