Latest Odisha News

BREAKING NEWS

ନବୋଦୟ ବିଦ୍ୟାଳୟ ଶିକ୍ଷକଙ୍କ ମାଡ଼ରେ ଭାଙ୍ଗିଗଲା ଛାତ୍ରଙ୍କ ଦାନ୍ତ; ଚିକିତ୍ସାଳୟରେ ଭର୍ତ୍ତି

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଜଣେ ପିଇଟି ଶିକ୍ଷକଙ୍କ ମାଡ଼ରେ ଛାତ୍ର ଗୁରୁତର ହୋଇଥିବା ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲାର ବଘିଆପଡା ଜବାହର ନବୋଦୟ ବିଦ୍ୟାଳୟରେ ଆଜି ସକାଳେ ଏଭଳି ଘଟଣା ଘଟିଛି । ସୂଚନାମୁତାବକ ଆଜି ସକାଳ ପ୍ରାୟ ୭ଟା ବେଳେ ପିଇଟି ଶିକ୍ଷକ ଆଜାଦ ଶତପଥୀ ବାଡ଼ିରେ ମାରିବାରୁ ତାହା ୭ମ ଶ୍ରେଣୀର ଛାତ୍ରଙ୍କ ମୁହଁରେ ବାଜିଥିଲା।

ଏଥିରେ ଛାତ୍ରଙ୍କ ଗୋଟିଏ ଦାନ୍ତ ଭାଙ୍ଗି ଯାଇଥିବାବେଳେ ତାଙ୍କୁ ଚିକିତ୍ସା ପାଇଁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଛି। ପ୍ରାଥମିକ ଚିକିତ୍ସା ପରେ ଏକ୍ସରେ କରାଯିବ ବୋଲି ସୂଚନା ରହିଛି ।

ତେବେ ଶିକ୍ଷକ ଜଣକ ତାଙ୍କୁ କାହିଁକି ମାଡ଼ ମାରିଲେ ତାହାର କାରଣ ସ୍ପଷ୍ଟ ହୋଇ ନାହିଁ ।

Comments are closed.