Latest Odisha News

BREAKING NEWS

ମାଓବାଦୀଙ୍କ ବର୍ବରତା: ପୋଲିସ ଇନଫର୍ମର୍ ସନ୍ଦେହରେ ଯୁବକଙ୍କୁ ହତ୍ୟା

ବିଜାପୁର: ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ। ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ହତ୍ୟା କଲେ ମାଓବାଦୀ। ଛତିଶଗଡ଼ ବିଜାପୁରର ଭୈରବମଡ଼ ଥାନା କେଶମୁଣ୍ଡା ଗାଁରେ ମାଓବାଦୀ ଦେଖାଇଛନ୍ତି ବର୍ବରତା। ଘରେ ପଶି ଯୁବକଙ୍କୁ ହାଣି ହତ୍ୟା କରିଛନ୍ତି ମାଓବାଦୀ। ଟଙ୍ଗିଆ ସାହାଯ୍ୟରେ ଯୁବକଙ୍କୁ ହାଣି ହତ୍ୟା କରାଯାଇଛି।

ମୃତକ ହେଲେ ହିଡ଼ମା ସୋଡି। ଘଟଣା ସ୍ଥଳରେ ମାଓ ପୋଷ୍ଟର ଥିବା ଦେଖିବାକୁ ମିଳିଛି। ଯିଏ ପୋଲିସକୁ ମାଓବାଦୀ ସମ୍ପର୍କରେ ସୂଚନା ଦେବ, ତାର ଏଭଳି ପରିଣାମ ହେବ ବୋଲି ପୋଷ୍ଟରରେ ଉଲ୍ଲେଖ କରାଯାଇଛି। ପୋଲିସ ସହ ମିଶି ମାଓ ବିରୋଧୀ କାର୍ଯ୍ୟକଳାପ କରୁଥିବାରୁ ତାକୁ ପ୍ରଜା କୋର୍ଟରେ ମୃତ୍ୟୁଦଣ୍ଡ ଦିଆଯାଇଛି ବୋଲି ଉଲ୍ଲେଖ କରାଯାଇଛି।

ମୃତ ଯୁବକଙ୍କ ବୟସ ହେଉଛି ୪୧ ବର୍ଷ। ମାଓବାଦୀଙ୍କ ବିରୋଧରେ ସେ ପୁଲିସକୁ ସୂଚନା ଦେଉଥିବା ନେଇ ମାଓବାଦୀଙ୍କୁ ଖବର ମିଳିଥିଲା। ଏହାକୁ ନେଇ ଘରେ ପଶି ଯୁବକଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ତେବେ ସତରେ ମୃତ ଯୁବକ ପୁଲିସକୁ ଖବର ଦେଉଥିଲେ କି ନାହିଁ ତାର କୌଣସି ସୂଚନା ମିଳି ନାହିଁ। ଗତ କିଛିଦିନ ହେବ ପୋଲିସର ଏନକାଉଣ୍ଟରରେ ଅନେକ ମାଓବାଦୀ ନିହତ ପରେ ଏବେ ମାଓ ସଙ୍ଗଠନ ରକ୍ତମୁଖା ହୋଇପଡିଛି। ଅନ୍ୟପଟେ ପୋଲିସ ପକ୍ଷରୁ ଅପରେସନକୁ ଜୋରଦାର କରାଯାଇଛି ।

Comments are closed.