Latest Odisha News

BREAKING NEWS

ସୁକୁମାରେ ପୁଲିସ୍ ଓ ନକ୍ସଲ ଗୁଳିବିନିମୟ; ଜଣେ ନକ୍ସଲ ମୃତ

ନୂଆଦିଲ୍ଲୀ: ଛତଶଗଡ଼ ସୁକୁମା ଜିଲ୍ଲାର ବୁର୍କାଲଙ୍କା ଜଙ୍ଗଲରେ ପୁଲିସ୍ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ଜଣେ ନକ୍ସଲଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରୁ ପୁଲିସ୍ ନକ୍ସଲଙ୍କ ମୃତଦେହ ସହିତ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରିଛି । ତେବେ ମୃତ ନକ୍ସଲଙ୍କ ପରିଚୟ ଜଣାପଡ଼ି ନାହିଁ ।

ବସ୍ତରରେ ପୁଲିସ୍ ତାର କମ୍ୱିଂ ଅପରେସନ୍ ଜୋରଦାର କରିଛି । ତେବେ ସୁକମା ଜିଲ୍ଲାର ଭେଜି ପୁଲିସ୍ ଷ୍ଟେସନ ଅନ୍ତଭୁକ୍ତ ବୁର୍କାଲଙ୍କା ଜଙ୍ଗଲରେ ନକ୍ସଲମାନଙ୍କ ଉପସ୍ଥିତି ସମ୍ପର୍କରେ ପୁଲିସ୍ ଖବର ପାଇଥିଲା । ଏହାପରେ ଆଜି ସକାଳେ ଡିଆରଜି ଟିମ୍  ବୁର୍କଲଙ୍କା ଜଙ୍ଗଲରେ କମ୍ୱିଂ ଅପରେସନ୍ କରିଥିଲେ । ପ୍ରଥମେ ନକ୍ସଲମାନେ ପୁଲିସ୍ ଉପରକୁ ଗୁଳି ଚଳାଇଥିଲେ । ପରେ ପୁଲିସ୍ ନକ୍ସଲଙ୍କ ଉପରକୁ ପାଲଟା ଗୁଳି ଚଳାଇଥିଲେ । ଏଥିରେ ଜଣେ ନକ୍ସଲଙ୍କ ମୃତ୍ୟୁ ଘଟିଥିଲା ।

ଅଧଘଣ୍ଟା ଧରି ପୁଲିସ୍  ଓ ନକ୍ସଲଙ୍କ ମଧ୍ରରେ ଗୁଳି ବିନିମୟ ଚାଲିଥିଲା । ଏହାପରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇ ଚାଲିଯାଇଥିଲେ। ଏନେଇ ସୁକମା ଏସପି କିରଣ ଚହ୍ୱାନ କହିଛନ୍ତି,’’ ପୁଲିସ୍ ଟିମ୍ ଫେରିବା ପରେ ଅଧିକ ସୂଚନା ମିଳିପାରିବ । ଏବେ ମଧ୍ୟ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଆଜି ସକାଳେ ନକ୍ସଲମାନଙ୍କ ଉପସ୍ଥିତି  ନେଇ ସୂଚନା ମିଳିଥିଲା । ଏହି ଅଞ୍ଚଳରେ କୋଣ୍ଟା ଏରିଆ କମିଟିର ନକ୍ସଲମାନଙ୍କ ସମାବେଶ ହୋଇଥିଲା ।

Leave A Reply

Your email address will not be published.