Latest Odisha News

BREAKING NEWS

ଶାକାହାରୀଙ୍କୁ ରହିବନି ପ୍ରୋଟିନ ଅଭାବ; ଖାଆନ୍ତୁ ଏହି ୯ ଖାଦ୍ୟ

ଭୁବନେଶ୍ୱର: ଶରୀରରେ ପ୍ରୋଟିନ ପରିମାଣ କମ୍ ହେଲେ ଅନେକ ଖରାପ ପ୍ରଭାବ ପଡ଼ିଥାଏ । ଶରୀରକୁ ଠିକ୍ ଭାବେ କାମ କରିବାକୁ ହେଲେ, ପ୍ରୋଟିନ ଆବଶ୍ୟକ ହୋଇଥାଏ । ଏହାର ସେବନ ଦ୍ୱାରା ଶରୀର ଫିଟ୍ ରହିଥାଏ, ହାଡ଼ ମଜବୁତ୍ ରୁହେ, ହଜମ ଠିକ୍ ଭାବେ ହୁଏ, ନଷ୍ଟ ହୋଇ ଯାଇଥିବା କୋଷ ପୁଣି ଜୀବନ ପାଇଥାଏ। ଏହାଛଡ଼ା ଓଜନକୁ କମ୍ କରିବାରେ ପ୍ରୋଟିନ ବେଶ୍ ସହାୟକ ହୋଇଥାଏ । ତେବେ ସାଧାରଣତଃ ରୂପେ ଅଣ୍ଡା, ଚିକେନ ଭଳି ମାଂସହାରୀ ଖାଦ୍ୟରେ ଅଧିକ ପ୍ରୋଟିନ ଥାଏ । ଫଳରେ ଶାକାହାରୀ ଲୋକମାନଙ୍କୁ ପ୍ରୋଟିନ ଅଭାବର ସମ୍ମୁଖୀନ ହେବାକୁ ପଡ଼ିଥାଏ ।

ଏଭଳି କିଛି ଖାଦ୍ୟ ରହିଛି, ଯାହାକି ଶାକାହାରୀମାନଙ୍କୁ ମଧ୍ୟ ଭରପୂର ପ୍ରୋଟିନ ଦେଇପାରିବ । ଏଭଳି ଖାଦ୍ୟ ସେବନ କଲେ ଶାକାହାରୀ ମାନେ ମଧ୍ୟ କେବେ ବି ପ୍ରୋଟିନ ଅଭାବର ସମ୍ମୁଖୀନ ହେବେନାହିଁ । ଆସନ୍ତୁ ଜାଣିବା ପ୍ରୋଟିନରେ ଭରପୂର ଏଭଳି କିଛି ଖାଦ୍ୟ ସାମଗ୍ରୀ ସମ୍ପର୍କରେ…

୧. କ୍ଷୀର: କ୍ଷୀରରେ ଯେ କେବଳ ପ୍ରଚୁର ମାତ୍ରାରେ କ୍ୟାଲସିୟମ ରହିଛି ତାହା ନୁହେଁ, ପ୍ରଚୁର ମାତ୍ରାରେ ଉଚ୍ଚ ମାନର ପ୍ରୋଟିନ ରହିଛି । ପ୍ରତିଦିନ ଗୋଟିଏ ଗ୍ଲାସ୍ କ୍ଷୀର ପିଇଲେ ଶରୀରର ପ୍ରୋଟିନ ଆବଶ୍ୟକତା ପୂରଣ ହୋଇପାରିବ ।

୨. ଡ୍ରାଏ ଫ୍ରୁଟସ୍: ଅଖରୋଟ, ବାଦାମ ଓ ପିସ୍ତା ଭଳି ଡ୍ରାଏ ଫ୍ରୁଟସ୍ ହେଉଛି ପ୍ରୋଟିନର ଅନ୍ୟତମ ବଡ଼ ଉତ୍ସ । ତେବେ ଏସବୁରେ ଅଧିକ କ୍ୟାଲୋରୀ ବି ରହିଥାଏ। ଏଣୁ ଏହି ଡ୍ରାଏ ଫ୍ରୁଟସ୍ କୁ ପ୍ରୋଟିନ ଆବଶ୍ୟକତା ପାଇଁ ବ୍ୟବହାର କରାଯାଇପାରେ କିନ୍ତୁ ଅଧିକ କ୍ୟାଲୋରୀ ଥିବାରୁ ସୀମିତ ମାତ୍ରାରେ ସେବନ କରାଯିବା ଦରକାର ।

୩. ଡାଲି: ପ୍ରୋଟିନ ଅଭାବ ପୂରଣ ପାଇଁ ଡାଲି ମଧ୍ୟ ଖାଇପାରିବେ । ଡାଲି ଖାଇବା ଦ୍ୱାରା ଶରୀରକୁ ପ୍ରୋଟିନ ସହିତ ଫାଇବର, ଫୋଲେଟ, ମାଙ୍ଗାନିଜ ଓ ଆଇରନ ମଧ୍ୟ ମିଳିଥାଏ ।

୪. ଚିଆ ସିଡ ବା ନାଣ୍ଡି ବାଗୁଲି: ଚିଆ ସିଡ ବା ନାଣ୍ଡି ବାଗୁଲି ସେବନ ଦ୍ୱାରା ଶରୀରକୁ ପ୍ରୋଟିନ ସମେତ ଫାଇବର ଓ ଓମେଗା-୩ ଫ୍ୟାଟି ଏସିଡ ମିଳିଥାଏ । ଏହାକୁ ପ୍ରତିଦିନ ସକାଳେ ଦହି କିମ୍ବା ମିଶ୍ରି ପାଣି ସହ ସେବନ କଲେ ଶରୀର ସୁସ୍ଥ ରହିଥାଏ ।

୫. ଗ୍ରୀନ ମଟର: ଗ୍ରୀନ ମଟର ହେଉଛି ପ୍ରୋଟିନର ଆଉ ଏକ ବଡ଼ ଉତ୍ସ । ଅଧିକ ପ୍ରୋଟିନ ପାଇଁ ଶାକାହାରୀମାନେ ଗ୍ରୀନ ମଟରକୁ ସାଲାଡ, ସୁପ୍ କିମ୍ବା ସାଇଡ ଡିଶ ଭାବେ ଖାଇପାରିବେ  ।

୬. ପିନଟ୍ ବଟର: ପିନଟ ବଟର ଖାଇବା ଦ୍ୱାରା ଶରୀରକୁ ଭଲ ମାତ୍ରାରେ ପ୍ରୋଟିନ ମିଳିଥାଏ । ଏହା ଶରୀରକୁ ଫାଇବର ଓ ହେଲଦି ଫ୍ୟାଟସ୍ ବି ଯୋଗାଇଥାଏ ।

୭. ସୋୟା ଉତ୍ପାଦ: ସୋୟା ମିଲକ୍, ଟୋଫୁ ଖାଇବା ଦ୍ୱାରା ଶରୀରକୁ ବହୁ ମାତ୍ରାରେ ପ୍ରୋଟିନ ମିଳିଥାଏ । ଟୋଫୁ ଖାଇବା ଦ୍ୱାରା ପ୍ରୋଟିନ ସହ ଶରୀରକୁ ଭିଟାମିନ- K, ଫାଇବର ଓ ଫୋଲେଟ୍ ମଧ୍ୟ ମିଳିଥାଏ ।

୮. ବିନସ୍: ରାଜମା ଓ ବ୍ଲାକ ବିନସ୍ ଭଳି ବିନସ୍ ଖାଇବା ଦ୍ୱାରା ଶରୀର ପ୍ରଚୁର ମାତ୍ରାରେ ପ୍ରୋଟିନ ପାଇଥାଏ । ଏହାଛଡ଼ା ବିନସ୍ ଖାଇବା ଦ୍ୱାରା କଲେଷ୍ଟରାଲ ମଧ୍ୟ ନିୟନ୍ତ୍ରଣରେ ରହିଥାଏ ।

୯. ଓଟସ୍: ଓଟସ୍ ଖାଇଲେ ଶରୀରକୁ ଆବଶ୍ୟକ ପରିମାଣର ପ୍ରୋଟିନ ମିଳିଥାଏ । ଏହାର ସେବନ ଦ୍ୱାରା ଶରୀରକୁ ପ୍ରଚୁର ମାତ୍ରାରେ ଫାଇବର ବି ମିଳେ ।

Leave A Reply

Your email address will not be published.