Latest Odisha News

BREAKING NEWS

ନାୟବ ସିଂ ସୈନୀ ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ 

ନୂଆଦିଲ୍ଲୀ: ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ  ହେବେ  ନାୟବ ସିଂ ସୈନୀ । ଆଜି ବସିଥିବା  ବିଧାୟକ ଦଳ ବୈଠକରେ  ନାୟବ ସୈନୀଙ୍କ ନାଁରେ ମୋହର ଲାଗିଛି । ସନ୍ଧ୍ୟା  ୫ଟାରେ  ନାୟବ ସୈନୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଏହାସହିତ ୫ ନୂଆ ଚେହେରା ମଧ୍ୟ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇପାରନ୍ତି ।

୫୪ ବର୍ଷୀୟ ନାୟବ ସିଂ ସୈନୀ ଅମ୍ୱାଲା ଜିଲ୍ଲାର ନାରାୟଣଗଡ଼ ବିଧାନସଭାର ମିର୍ଜାପୁର ଗାଁର ବାସିନ୍ଦା । ସେ ମେରଠର ଚୌଧୁରୀ ଚରଣ ସିଂ ବିଶ୍ୱବିଦ୍ୟାଳୟରୁ ଏଲଏଲବି  ପଢ଼ିଛନ୍ତି ।  ୨୦୧୪ରେ ପ୍ରଥମ ଥର ପାଇଁ ସେ ଅମ୍ୱାଲା ଜିଲ୍ଲାର ନାରାୟଣଗଡ଼ ବିଧାନସଭାରୁ ବିଧାୟକ ହୋଇଥିଲେ । ପରେ ସେ ୨୦୧୯ ଲୋକସଭା ନିର୍ବାଚନରେ ପ୍ରତିନ୍ଦ୍ୱନ୍ଦ୍ୱିତା କରିଥିଲେ । ସେ ତାଙ୍କର  ନିକଟତମ ପ୍ରତିନ୍ଦ୍ୱନ୍ଦି କଂଗ୍ରେସ ପ୍ରାର୍ଥୀ ନିର୍ମଳ ସିଂଙ୍କୁ ୩ ଲକ୍ଷ ୮୪ ହଜାର ୫୯୧ ଭୋଟରେ ହରାଇଥିଲେ ।

୨୦୧୯ରେ ସେ କୁରୁକ୍ଷେତ୍ରରୁ ସାଂସଦ ହୋଇଥିଲେ ।  ୨୦୧୬ରେ ହରିୟାଣା ସରକାରଙ୍କ ମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ । ୨୦୧୪ରେ ନାରାୟଣଗଢ଼ରୁ ବିଧାୟକ ହୋଇଥିଲେ । ୨୦୧୨ରେ ବିଜେପିର ଅମ୍ୱାଲା ଜିଲ୍ଲାର ଅଧ୍ୟକ୍ଷ ଥିଲେ । ୨୦୦୯ରେ ବିଜେପି କୃଷକ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଥିଲେ । ୨୦୦୨ରେ ବିଜେପିର ଯୁବ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଥିଲେ ।

ସୂଚନାଯୋଗ୍ୟ, ଆଜି ମୁଖ୍ୟମନ୍ତ୍ରୀ ପଦରୁ ମନୋହର ଲାଲା ଖଟ୍ଟର  ଇସ୍ତଫା ଦେଇଥିଲେ । ରାଜ୍ୟପାଳଙ୍କୁ ଭେଟି ସେ  ଇସ୍ତଫା ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସମେତ ଏକାଧିକ ମନ୍ତ୍ରୀ ମଧ୍ୟ ଇସ୍ତଫା ଦେଇଥିଲେ ।

Leave A Reply

Your email address will not be published.