Latest Odisha News

BREAKING NEWS

ମନ୍ଦିରରେ ଠାକୁର ଦର୍ଶନ କରି ଝାଡୁ ଲଗାଇଲେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

ଝାଡୁ ଲଗାଇ କଲେ କଲେ ମନ୍ଦିର ସଫା

ରାଇରଙ୍ଗପୁର: ସକାଳୁ ସକାଳୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନିଜ ଗାଁ ପାଖରେ ଥିବା ମନ୍ଦିରରେ ଠାକୁରଙ୍କ ଦର୍ଶନ କରିଛନ୍ତି । ପ୍ରାର୍ଥୀ ହେବା ଖବର କାଲି ଜାଣିବା ପରେ ମୟୂରଭଂଜ ଜିଲ୍ଲା ରାଇରଂଗପୁରସ୍ଥିତ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି  ଶ୍ରୀମତୀ ମୁର୍ମୁ। ଏହି ଅବସରରେ ଶ୍ରୀମତୀ ମୁର୍ମୁଙ୍କୁ ମନ୍ଦିର ପ୍ରାଙ୍ଗଣରେ ଝାଡୁରେ ଓଳାଉଥିବା ଦେଖିବାକୁ ମିଳିଥିଲା ।  ପ୍ରଥମେ ରାଇରଙ୍ଗପୁରର ଶିବମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ।  ସେଠାରେ ଥିବା ପୂର୍ଣ୍ଣନ୍ଦେଶ୍ୱର ଶିବ ମନ୍ଦିର ପରିସରକୁ ଓଳାଇ ସଫା କରିଥିଲେ।  ଏହାପରେ ଦ୍ରୌପଦୀ ମୁର୍ମୁ ହନୁମାନ ମନ୍ଦିର, ଜଗନ୍ନାଥ ମନ୍ଦିର ଯାଇ ଦର୍ଶନ କରିଥିଲେ। ଖାଲି ସେତିକି ନୁହେଁ ସେ ରାଇରଙ୍ଗପୁର ସ୍ଥିତ ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟକୁ ଯାଇ ମଧ୍ୟ ପ୍ରାର୍ଥନା କରିଥିଲେ। ବ୍ରହ୍ମାକୁମାରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ସାନ୍ତାଳୀଙ୍କ ଆରାଧନା ପୀଠ ଜାହିରା ଯାଇ ଦ୍ରୌପଦୀ ମୁର୍ମୁ ବି ପୂଜାର୍ଚ୍ଚନା କରିଥିଲେ।

ତାଙ୍କ ସହିତ ନିଜ ପରିବାରର ସଦସ୍ୟ ଓ ସମର୍ଥକମାନେ ଉପସ୍ଥିତ ଥିଲେ । ଶ୍ରୀମତୀ ମୁର୍ମୁଙ୍କ ଶ୍ରୀଜଗନ୍ନାଥ ଦର୍ଶନ ଅବସରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ମନ୍ଦିର ପରିସର ଓ ବାହାରେ ପୋଲିସ ମୂତୟନ କରାଯାଇଥିଲା ।

ଗତକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା  ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁଙ୍କ ନାଁ ଘୋଷଣା କରିଥିଲେ । ଏହି ଖବର ସେ ଟିଭିରୁ ଜାଣିବାକୁ ପାଇଥିବା କହିଛନ୍ତି ଦ୍ରାୈପଦୀ ମୁର୍ମୁ । ସମ୍ବିଧାନ ଅନୁସାରେ ସେ କାର୍ଯ୍ୟ କରିବେ ବୋଲି ମଧ୍ୟ କହିଛନ୍ତି । ତାଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ସେ ପ୍ରଧାନମନ୍ତ୍ରୀ ଏବଂ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ।

Leave A Reply

Your email address will not be published.