Latest Odisha News

BREAKING NEWS

ଦ୍ରୌପଦୀ ରାଷ୍ଟ୍ରପତି ପ୍ରାର୍ଥୀ: ଭର୍ତ୍ତୃହରି କହିଲେ ସମସ୍ତେ ଭୋଟ୍ ଦେବା ଉଚିତ, ସୁର କହିଲେ ନା

ଭୁବନେଶ୍ୱର: ରାଇରାଙ୍ଗପୁରର ଝିଅ ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି। ଏହାକୁ ନେଇ ସାରା ରାଜ୍ୟରେ ଏବେ ଆନନ୍ଦର ଲହରି ଖେଳିଯାଇଛି। ଏନଡିଏ ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଛି। ସେ ପ୍ରାର୍ଥୀ ହେବା ନେଇ ବିଜେପି ଘୋଷଣା କରିବା ପରେ ଏବେ ସମସ୍ତଙ୍କ ନଜର ରହିଛି ବିଜୁ ଜନତା ଦଳ ଉପରେ।

ଇଟାଲୀ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ଦ୍ରୌପଦୀଙ୍କୁ ସମର୍ଥନ କରିବେ ବୋଲି ପରୋକ୍ଷରେ କହିଛନ୍ତି। ଏହି ସମୟରେ ଲୋକସଭା ସାଂସଦ ତଥା ବରିଷ୍ଠ ବିଜେଡି ନେତା ଭର୍ତ୍ତୃହରି ମହତାବ କହିଛନ୍ତି, ଏହ ଏକ ଗୌରବର କଥା । ଦଳ ମତ ନିର୍ବିଶେଷରେ ରାଜ୍ୟର ସମସ୍ତ ସାଂସଦ ଏବଂ ବିଧାୟକ ଏକ ହୋଇ ତାଙ୍କୁ ଭୋଟ୍ ଦେବା ଆବଶ୍ୟକ। ସେ ବିଜୟୀ ହେଲେ ଜଣେ ଆଦିବାସୀ ନେତ୍ରୀ ଭାବେ ରାଷ୍ଟ୍ରପତି ହେବା ପ୍ରଥମ ଘଟଣା ହେବ। ଏଥିସହ ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତି ପ୍ରାର୍ଥୀ ହେବେ।

ଅନ୍ୟପଟେ କଂଗ୍ରେସ ବିଧାୟକ ସୁର ରାଉତରାୟ ମଧ୍ୟ କହିଛନ୍ତି, ଦ୍ରୌପଦୀ ପ୍ରାର୍ଥୀ ହୋଇଥିବାରୁ ଖୁସି। କିନ୍ତୁ ଯଶବନ୍ତ ସିହ୍ନା ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବାରୁ ଦ୍ରୌପଦୀଙ୍କୁ ଭୋଟ୍ ଦେଇପାରେବେନି ବେ୍ାଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତକାଲି ବିରୋଧୀ ଟିଏମସି, କଂଗ୍ରେସ ଭଳି ପାଖାପାଖି ୧୭ ଟି ଦଳ ଏକାଠି ହୋଇ ଯଶବନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଛି ।

Leave A Reply

Your email address will not be published.