ନୂଆଦିଲ୍ଲୀ: ଇତିହାସ ରଚିଲେ ଅଲିମ୍ପିକ୍ସ ବିଜେତା ନୀରଜ ଚୋପ୍ରା। ଦୋହା ଡାଇମଣ୍ଡ ଲିଗ୍ରେ ଜାଭେଲିନ ଫିଙ୍ଗି କଲେ ନୂଆ ରେକର୍ଡ। ନୀରଜ ଚୋପ୍ରା ତୃତୀୟ ପ୍ରୟାସରେ ୯୦.୨୩ ମିଟର ଦୂରକୁ ଜାଭେଲିନ ଫିଙ୍ଗି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି।
ଲିଗ୍ର ଜାଭେଲିନ୍ ଇଭେଣ୍ଟରେ ନୀରଜ ନିଜର ତୃତୀୟ ପ୍ରୟାସରେ ୯୦.୨୩ ମିଟର ଥ୍ରୋ’ କରି ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ତେବେ ଜର୍ମାନୀର ଭେଟେରାନ୍ ଜୁଲିୟନ ୱେବର ୯୧.୦୬ ମିଟର ଥ୍ରୋ’ ସହ ପ୍ରଥମ ସ୍ଥାନରେ ରହିଛନ୍ତି। ୱେବର ନିଜର ଷଷ୍ଠ ପ୍ରୟାସରେ ଏହି ସଫଳତା ପାଇଛନ୍ତି। ନୀରଜଙ୍କ ବ୍ୟତୀତ ଭାରତର ଅନ୍ୟତମ ଖେଳାଳି ତଥା ଓଡ଼ିଶାର କିଶୋର ଜେନା ନୈରାଶ୍ୟଜନକ ପ୍ରଦର୍ଶନ କରି ଅଷ୍ଟମ ସ୍ଥାନରେ ରହିଛନ୍ତି। କିଶୋର ପ୍ରଥମ ପ୍ରୟାସରେ ୭୮.୬୦ ମିଟର ଥ୍ରୋ’ କରିଥିଲେ।
ଦୋହାରେ ଜାଭେଲିନ୍ ଫାଇନାଲ୍ ସମୟରେ ନୀରଜଙ୍କ ତୃତୀୟ ପ୍ରୟାସ ସମୟରେ ଆସିଥିବା ୯୦.୨୩ ମିଟର ବାଧା ମଧ୍ୟ ଏବେ ଭାରତର ଜାତୀୟ ରେକର୍ଡ ବୋଲି ଜଣାପଡ଼ିଛି। ଲିଗ୍ରେ ନୀରଜ ନିଜର ପ୍ରଥମ ପ୍ରୟାସରେ ଦମଦାର ପ୍ରଦର୍ଶନ କରିଥିଲେ। ସେ ୮୮.୪୪ ମିଟର ଜାଭେଲିନ୍ ଥ୍ରୋ’ କରିଥିଲେ। ତେବେ ଦ୍ୱିତୀୟ ପ୍ରୟାସ ଫାଉଲ୍ ରହିଥିବା ବେଳେ ତୃତୀୟ ପ୍ରୟାସରେ ସଫଳତା ପାଇଥିଲେ। ପ୍ରଥମଥର ନୀରଜ କ୍ୟାରିଅର୍ରେ ୯୦ ମିଟର ବାଧା ଅତିକ୍ରମ କରିଛନ୍ତି। ଏଥିସହ ନୀରଜ ଜାଭେଲିନ୍ ଥ୍ରୋ’ରେ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି।
Comments are closed.