Latest Odisha News

BREAKING NEWS

କ୍ୟାନସର୍ ପୀଡ଼ିତା ଏହି ଟେଲି ଅଭିନେତ୍ରୀଙ୍କ ମର୍ମସ୍ପର୍ଶୀ ଅକୁହା କଥା ଶୁଣନ୍ତୁ…

ଓଡିଆ ଟେଲି ଜଗତରେ ଜଣେ ଜଣାଶୁଣା ଖଳ ଅଭିନେତ୍ରୀ ହେଉଛନ୍ତି ରାଜେଶ୍ୱରୀ । ଗାଁ ଠାରୁ ଆରମ୍ଭ କରି ସହର ଯାଏଁ ସମସ୍ତ ସିରିୟଲ୍ ପ୍ରେମୀଙ୍କ ନିକଟରେ ସେ ଖୁବ୍ ପରିଚିତ । ଟିଭି ପରଦାରେ ନିଜ ଅଭିନୟ ମାଧ୍ୟମରେ ଲୋକମାନଙ୍କୁ କେତେବେଳେ ହସାଉଥିଲେ ତ ଆଉ କେତେବେଳେ କନ୍ଦାଉଥିଲେ ଏହି ଅଭିନେତ୍ରୀ ଜଣକ ।

ସବୁବେଳେ ଦର୍ଶକମାନଙ୍କୁ ମନୋରଞ୍ଜନର ଖୋରାକ ଯୋଗାଉଥିବା ଏହି ଅଭିନେତ୍ରୀ ରାଜେଶ୍ୱରୀଙ୍କ ସତ ଜୀବନରେ ଛାୟୀ ଯାଇଛି ଏକ କଳାବାଦଲ । ତଥାପି ଦୃଢମନା ଅଭିନେତ୍ରୀ ଜଣକ ସକରାତ୍ମକ ଭାବେ ହସିହସି ଲଢେଇ ଜାରି ରଖିଛନ୍ତି କ୍ୟାନସର ଭଳି ଦୁରାସାଧ୍ୟ ରୋଗ ସହିତ ।

ମୁମ୍ବାଇର ଟାଟା ମେମୋରିଆଲ୍ ହସ୍ପିଟାଲରେ ଚିକିସôାରତ ରାଜେଶ୍ୱରୀ ନିକଟରେ ଏକ ଆଞ୍ଚଳିକ ଗଣମାଧ୍ୟରେ ଏକ ଇଣ୍ଟରଭୁ୍ୟ ଦେଇଥିଲେ । ଉକ୍ତ ଇଣ୍ଟରଭୁ୍ୟରେ ସେ କହିଛନ୍ତି, ମୋତେ ଯେତେବେଳେ କ୍ୟାନସର୍ ହୋଇଥିବା ନେଇ ଜଣାପଡିଲା, ସେତେବେଳେ ମୁଁ କିଛି ସମୟ ପାଇଁ ଏକପ୍ରକାର ସ୍ତବ୍ଧ ହୋଇପଡିଥିଲି । ପରେ ମୁଁ ନିଜକୁ ପ୍ରଶ୍ନକଲି, “ମୋର କ’ଣ ହୋଇଛି? ମୋର ସେମିତି କିଛି ହୋଇନାହିଁ । ଖାଲି କ୍ୟାନସର ହେଇଛି, ଠିକ୍ ଅଛି ଏହା ବିରୋଧରେ ବି ଲଢିବା” ।

“କିନ୍ତୁ ଏହାଯଦି ଆଉ କାହାକୁ ହୋଇଥିବାର ମୁଁ ଶୁଣିଥାନ୍ତି, ହୁଏତ ମୁଁ ଭାଙ୍ଗି ପଡିଥାନ୍ତି । ଯେହେତୁ ମୋତେ ଏହା ହୋଇଛି, ସେଥିପାଇଁ ସେମିତି କିଛି ଅନୁଭବ ହେଉନାହିଁ । ଯାହା ହେଲା ହେଲା, ଏବେ ଲଢିବାକୁ ପଡିବ ଆଉ ଅଗକୁ ବଢିବାକୁ ପଡିବ” ବୋଲି ଦୃଢମନା ରାଜେଶ୍ୱରୀ କହିଛନ୍ତି ।

ଚିକିତ୍ସା ପଦ୍ଧତି ସମ୍ପର୍କରେ ସେ କହିଛନ୍ତି, ଏହାର ଟ୍ରିଟମେଣ୍ଟ ବହୁତ କଷ୍ଟକର । ସାହାସର ଏହାର ମୁକାବିଲା କରିବାକୁ ପଡିଥାଏ । ମୋର କ୍ୟାନସର୍ ୪ର୍ଥ ଷ୍ଟେଜରେ ଅଛି, ଆଉ ଏହାର ଠିକ୍ ହେବାର କିଛି ଆଶା ନାହିଁ । ତଥାପି ମୁଁ ଲଢୁଛି, ଆଉ ଏ ରୋଗକୁ ହରାଇବାରେ ଲାଗିପଡିଛି ।

ଆପଣଙ୍କୁ ଏମିତି କେବେ ଲାଗେନି କି ଭଗବାନ ଆପଣଙ୍କ ସହ ଏପରି କ’ଣ ପାଇ କଲେ, ଦୁନିଆରେ ହଜାର ହଜାର ସଂଖ୍ୟାରେ ଲୋକ ଅଛନ୍ତି, ତଥାପି ଏମିତି ମୋ ସହ କାହିଁକି ହେଲା ବୋଲି ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ, “ଭଗବାନ ଭଲ୍ ଲୋକଙ୍କୁ ବୋଧେ କ୍ୟାନସର୍ ଦିଅନ୍ତି”।  ପରେ ପରେ ସେ ମୀନା କୁମାରୀ, ନରର୍ଗିସ୍ ଓ ସନ୍ଥ ରାମକୃଷ୍ଣ ପରମହଂସ ଭଳି ପ୍ରସିଦ୍ଧ ବ୍ୟକ୍ତିଙ୍କ ଉଦାହରଣ ଦେଇଥିଲେ । ଆମର ସଫଳତାରେ ଆମେ ଯେତେବେଳେ ଭଗବାନଙ୍କୁ କୃତଜ୍ଞତା ନଜଣାଉଛୁ, ତାହେଲେ ଆମ କଷ୍ଟ ଲାଗି ତାଙ୍କୁ କିଭଳି ଦୋଷ ଦେଇପାରିବା ।

ତେବେ କ୍ୟାନସର ରୋଗ ବିରୋଧରେ ରାଜେଶ୍ୱରୀଙ୍କ ଏଭଳି ଲଢେଇ ଅନ୍ୟମାନଙ୍କ ପାଇଁ ଏକପ୍ରକାର ପ୍ରେରଣା ପାଲଟିବ ।

ନିକଟ ଅତୀତରେ ରାଜେଶ୍ୱରୀ ତାଙ୍କ ଫେସବୁକରେ ୨ଟି ଫଟୋ ସେୟାର କରି ଉଲ୍ଲେଖ କରି କ୍ୟାନସର ସମ୍ପର୍କରେ ସୂଚନା ଦେଇଥିଲେ । ‘ମୁଁ କର୍କଟ ସହ ଲଢ଼େଇ କରୁଛି। ମସ୍ତିଷ୍କ ଏବଂ ଫୁସଫୁସ୍ କର୍କଟରେ ପୀଡ଼ିତ ଓ ମୁଁ ଜାଣେ ମୁଁ ନିଶ୍ଚୟ ଜିତିବି। ମୁଁ ମୋ ନୂଆ ଲୁକରେ ଫେରିବି। ଭଗବାନ ମୋ ସହ ଅଛନ୍ତି। ଦୟାକରି ମୋତେ ସମସ୍ତେ ଆଶୀର୍ବାଦ କରନ୍ତୁ’ ।

ରାଜେଶ୍ୱରୀ ରାୟ ମହାପାତ୍ର ଅନେକ ଓଡ଼ିଆ ଧାରାବାହିକରେ ନକାରାତ୍ମକ ଚରିତ୍ରରେ ଅବତ୍ତୀର୍ଣ୍ଣ ହୋଇଛନ୍ତି। ସେ ବହୁ ଲୋକପ୍ରିୟ ଧାରାବାହିକରେ ଭିନ୍ନଭିନ୍ନ ଚରିତ୍ରରେ ନଜର ଆସି ଦର୍ଶକଙ୍କୁ ମନୋରଞ୍ଜନ କରାଇଛନ୍ତି। ସେ ଖୁବ୍ ଶୀଘ୍ର କ୍ୟାନସର ଭଳି ରୋଗକୁ ସଫଳତାର ସହ ହରାଇ ଛୋଟ ପରଦାକୁ ଏକ ନୂଆ ଅବତାରରେ ଫେରିବେ।

Leave A Reply

Your email address will not be published.