Latest Odisha News

BREAKING NEWS

ପ୍ରେମ ସଂପର୍କକୁ ହଁ, ହେଲେ ବିବାହ କରିବେ ତ ନେହା କକ୍କର ?

ମୁମ୍ବାଇ: ରୋହନପ୍ରୀତ ସିଂଙ୍କୁ ବିବାହ କରିବେ ସିଙ୍ଗର ନେହା ନେହା କକ୍କର ! ବେଶ କିଛି ଦିନ ଧରି ଏହି ଖବରକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି । ହେଲେ ଶେଷରେ ଏହି ଖବରକୁ ନେଇ ନେହା କକ୍କର ଆଂଶିକ ଭାବେ ହିଁ ଭରିଛନ୍ତି । ବିବାହ ନୁହେଁ ବରଂ ରୋହନପ୍ରୀତଙ୍କ ସହ ପ୍ରେମ ସଂପର୍କ ଥିବା ନେଇ ନେହା ହଁ କହିଛନ୍ତି ।

 

View this post on Instagram

 

You’re Mine @rohanpreetsingh ♥️? #NehuPreet ??

A post shared by Neha Kakkar (@nehakakkar) on

ଅକ୍ଟୋବର ୨୪’ରେ ବିବାହ କରିବେ ଦୁହେଁ । ଏପରିକି ଦୁହିଙ୍କ ଫଟୋ ସୋସିଆଲ ମିଡିଆରେ ବି ଭାଇରାଲ୍ ହୋଇଥିଲା । ନେହାଙ୍କ ଫ୍ୟାନମାନେ ବି ବେଶ ଖୁସୀ ଥିଲେ । ଫାଇନାଲି ହିମାଂଶଙ୍କ ପରେ ନେହା ରୋହନପ୍ରୀତଙ୍କୁ କରିବେ ଜୀବନସାଥୀ । ହେଲେ କେତେ ସତ୍ୟତା ରହିଛି ଏହି ଖବରରେ ?

 

View this post on Instagram

 

Meet My Zindagi! @nehakakkar ????♥️♥️?? #NehuPreet ♥️

A post shared by Rohanpreet Singh (@rohanpreetsingh) on

ସୋସିଆଲ ମିଡିଆରେ ଢେରସାରା ବିବାହ ଖବର ଭାଇରାଲ ହେବା ପରେ ଜବାବ ରଖିଛନ୍ତି ନେହା ଓ ରୋହନପ୍ରୀତ । ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରି ନେହା ରୋହନପ୍ରୀତଙ୍କୁ ଲେଖିଛନ୍ତି “ତୁମେ ମୋର, ମୁଁ ତୁମକୁ ବହୁତ ଭଲ ପାଏ” । ଅନ୍ୟପଟେ ରୋହନପ୍ରୀତ ବି ନେହାଙ୍କ ପୋଷ୍ଟର ଜବାବ ଦେଇ ଲେଖିଛନ୍ତି, “ନେହା ମୋ ଜୀବନ” ।

ଏହି ଦୁଇଟି ପୋଷ୍ଟକୁ ଦେଖିଲା ପରେ ସ୍ପଷ୍ଟ ହୋଇଛି ଯେ, ଦୁହିଁଙ୍କ ଭିତରେ ନିଶ୍ଚିତ ଭାବେ ପ୍ରେମ ସଂପର୍କ ରହିଛି । ହେଲେ ଏହି ସଂପର୍କ ଦୀର୍ଘସ୍ଥାୟୀ ତ ? ନା ପୂର୍ବ ଘଟଣାର ପୁନରାବୃତ୍ତି ହେବ ? ବିଭିନ୍ନ ପ୍ଲାଟଫର୍ମରେ ହିମାଂଶଙ୍କ ସହ ଘୁରିବାଲିଥିବା ନେହା ଶେଷରେ ଧୋକ୍କା ଖାଇଥିଲେ । ଆଶା କରାଯାଉଛି ରୋହନପ୍ରୀତଙ୍କ ମାମଲାରେ ନେହା ଏପରି ପରିସ୍ଥିତିର ସମ୍ମୁଖୀନ ନ ହୁଅନ୍ତୁ ।

Leave A Reply

Your email address will not be published.