Latest Odisha News

BREAKING NEWS

ଉପଶମ ବିହୀନ ରୋଗରେ ପୀଡିତ ଶିଶୁଙ୍କୁ ଦିଆଯିବ ମୃତ୍ୟୁ!

ନୂଆଦିଲ୍ଲୀ: ଦୁନିଆରେ ଏପରି ଅନେକ ରୋଗ ଅଛି କିଛି ରୋଗ ଅଛି ଯାହାର ଏପର୍ଯ୍ୟନ୍ତ କୌଣସି ଉପଶମ ମିଳିପାରି ନାହିଁ। କେତେକ ରୋଗର ଉପଶମ ଥିଲେ ମଧ୍ୟ ଏହା ଏତେ ମହଙ୍ଗା ଯେ ଏହାର ମୂଲ୍ୟ ବହନ କରିବା ସମ୍ଭବ ନୁହେଁ। ସେଥିପାଇଁ ନେଦରଲାଣ୍ଡ୍‌ର ‌ଡଚ୍‌ ସରକାର ୧୨ ବସରୁ କମ୍‌ ବୟସର ପିଲାମାନଙ୍କ ପାଇଁ ନୂତନ ନିୟମ ପ୍ରଣୟନ କରିଛନ୍ତି।

ନେଦରଲ୍ୟାଣ୍ଡରେ ଏମିତି କିଛି ପିଲା ଅଛନ୍ତି ଯେଉଁମାନେ ଏକ ପ୍ରତିକାର ବିହୀନ ରୋଗରେ ପୀଡିତ ଅଛନ୍ତି ଏବଂ ସେମାନଙ୍କ ପରିବାର ମଧ୍ୟ ସେମାନଙ୍କ ପିଲାମାନଙ୍କର କଷ୍ଟକୁ ସହ୍ୟ କରିପାରୁନାହାନ୍ତି। ଏଭଳି ପରିସ୍ଥିତିରେ ରୋଗୀଙ୍କୁ ମୁକ୍ତି ଦେବା ପାଇଁ ସେମାନଙ୍କୁ ମୃତ୍ୟୁ ଦେବା ଲାଗି ସରକାରଙ୍କ ଅନୁମତି ଲୋଡିଛନ୍ତି।

ତେବେ ନେଦରଲ୍ୟାଣ୍ଡର ଡଚ୍ ସରକାର ଅଜଣା ରୋଗରେ ପୀଡିତ ପିଲାମାନଙ୍କର ଦୁଃଖକୁ ଲାଘବ କରିବା ପାଇଁ ଡାକ୍ତରଙ୍କୁ ସେମାନଙ୍କୁ ମୃତ୍ୟୁ ଦେବାକୁ ଅନୁମୋଦନ ଦେଇଛନ୍ତି।

ଡଚ୍ ସରକାରଙ୍କ ଏହି ନିଷ୍ପତ୍ତି ପରେ ମେଡିକାଲରେ ଏଭଳି ପିଲାମାନଙ୍କୁ କିପରି ମୃତ୍ୟୁ ଦିଆଯିବ ସେନେଇ ଏକ ବିତର୍କ ଆରମ୍ଭ ହୋଇଛି। ସେଠାର ସରକାର ପୂର୍ବରୁ ଏହି ସପକ୍ଷରେ ଅଛନ୍ତି ଯେ ଯଦି କୌଣସି ବ୍ୟକ୍ତିଙ୍କର ଏପରି ରୋଗ ହୁଏ ଯାହାର କୌଣସି ଉପଶମ ନଥାଏ ଏବଂ ତାଙ୍କୁ ଏହି ରୋଗ ଯୋଗୁ ଅନେକ ଅସୁବିଧା ଭୋଗିବାକୁ ପଡ଼ୁଥାଏ, ତେବେ ଡାକ୍ତରଙ୍କ ସାହାଯ୍ୟରେ ସେମାନଙ୍କୁ ଏପରି ମୃତ୍ୟୁ ଦିଆଯାଇପାରେ।

 

ଡାକ୍ତରଙ୍କ ସହାୟତାରେ ପରିବାର ସଦସ୍ୟଙ୍କ ଅନୁମୋଦନ ପରେ, ୧୨ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ଏପରି ମୃତ୍ୟୁ ଦିଆଯିବା ଲାଗି ନୂଆ ନିୟମ ଲାଗୁ କରାଯାଇଛି। ଏହା ପଛର କାରଣ ହେଉଛି ପରିବାରର ଦୁଃଖକୁ ହ୍ରାସ କରିବା।

ଡଚ୍ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ଡି ଜୋଙ୍ଗ୍‌ ସଂସଦକୁ ଏହି ନିଷ୍ପତ୍ତି ବିଷୟରେ ଏକ ଚିଠି ଲେଖିଛନ୍ତି। ସେହି ଚିଠିରେ ସେ ନିଜ ପରିବାରର ଇଚ୍ଛା ଅନୁଯାୟୀ ଦେଶରେ ଉପଶମ ବିହୀନ ରୋଗରେ ପୀଡିତ ୧୨ ବର୍ଷରୁ କମ୍‌ ବୟସର ଶିଶୁଙ୍କୁ ମୃତ୍ୟୁ ଦେବା ପାଇଁ ଆଇନରେ ସଂଶୋଧନ ପ୍ରସ୍ତାବ ଦେଇଛନ୍ତି।

ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ପିଲାମାନଙ୍କର ପିତାମାତାଙ୍କୁ ଏଥିପାଇଁ ଆର୍ଥିକ ଏବଂ ମାନସିକ ଯନ୍ତ୍ରଣା ଭୋଗିବାକୁ ପଡ଼ୁଛି। ତେବେ ସେ କହିଛନ୍ତି ଯେ ଏଥିପାଇଁ ପିତାମାତାଙ୍କ ଅନୁମତି ବାଧ୍ୟତାମୂଳକ ହେବ।

 

Leave A Reply

Your email address will not be published.