Latest Odisha News

BREAKING NEWS

ଫ୍ଲୋରାଲ୍ ପ୍ରିଣ୍ଟର ଜଲଓ୍ବା : ଆଜିକାଲିର ଯୁବପିଢିଙ୍କ ପାଇଁ ପ୍ରଥମ ପସନ୍ଦ ପାଲଟିଛି…

ନୂଆଦିଲ୍ଲୀ : ଆଜିକାଲିର ସମୟରେ ସୁନ୍ଦର ଦେଖାଯିବାକୁ କିଏ ବା ନଚାହେଁ । ନିଜର ସୌନ୍ଦର୍ଯ୍ୟ ବୃଦ୍ଧି କରିବାକୁ କିଏ ପାର୍ଲରରେ ସମୟ ବିତାଉଛି ତ ଆଉ କିଏ ବଜାରରେ ମିଳୁଥିବା ପ୍ରସାଧନ ସାମଗ୍ରୀ ଉପରେ ନିର୍ଭର କରୁଛି  । ତ ଆଉ କିଏ ଭଳିକି ଭଳି ଫ୍ୟାଶନେବୁଲ ପୋଷାକ ପିନ୍ଧି ନିଜକୁ ସଜାଉଛି  । ଏବେ ଯୁବପିଢି ବେଶୀ ଫ୍ଲୋରାଲ୍ ପ୍ରିଣ୍ଟର ପୋଷାକ ପିନ୍ଧିବାକୁ ଭଲ ପାଉଛନ୍ତି । ଏଥ୍‌ନିକ୍ ହେଉ କିମ୍ବା ୱେଷ୍ଟର୍ଣ୍ଣ ୱେୟାର୍‌, ପ୍ରତିଟି ଡିଜାଇନ୍‌ରେ ଫ୍ଲୋରାଲ୍ ପ୍ରିଣ୍ଟକୁ ଆକର୍ଷଣୀୟ ରଙ୍ଗ-ରୂପ ସହ ପ୍ରସ୍ତୁତ କରାଯାଉଛି । ସବୁ ଫିଗରର ଝିଅ ଫ୍ଲୋରାଲ ପ୍ରିଣ୍ଟ ଥିବା ପୋଷାକ ପିନ୍ଧି ପାରୁଛନ୍ତି ।

ସିଫନ୍ କିମ୍ବା ଜର୍ଜେଟ୍‌ରେ ଫ୍ଲୋରାଲ୍ ପ୍ରିଣ୍ଟ ମହିଳାଙ୍କୁ ସବୁବେଳେ ପସନ୍ଦ ଆସିଥାଏ । ସେଲିବ୍ରିଟିଙ୍କୁ ମଧ୍ୟ ଏଭଳି ଫ୍ଲୋରାଲ୍ ଶାଢ଼ୀ ବେଶ୍ ପସନ୍ଦ । ଆପଣମାନେ କାଜୁଆଲ୍ ଏଥ୍‌ନିକ୍ ଲୁକ୍ ଚାହୁଁଥିଲେ , ସିମ୍ପଲ୍ ଫ୍ଲୋରାଲ୍ କୁର୍ତ୍ତା ଚୟନ କରିପାରିବେ । ଯଦି ୱେଷ୍ଟର୍ଣ୍ଣ ୱେୟାର୍ ପସନ୍ଦ, ତେବେ ଫ୍ଲୋରାଲ୍ ପ୍ରିଣ୍ଟର ୱାନ୍ ପିସ୍ କିମ୍ବା ଗାଉନ୍ ପିନ୍ଧିପାରିବେ । ସିମ୍ପଲ୍ ସାଲ୍‌ୱାର୍ ସହ ଲମ୍ବା ଫ୍ଲୋରାଲ୍ ପ୍ରିଂଟ୍ ଥିବା ଓଢ଼ଣୀ ଗ୍ଲାମରସ୍ ଲୁକ୍ ପ୍ରଦାନ କରିଥାଏ । କେବଳ ଡ୍ରେସ ନୁହେଁ ,  ହେୟାର୍ କ୍ଲିପ୍‌ଠୁ ନେଇ ହେୟାର୍ ବ୍ୟାଣ୍ଡ୍ ଏବଂ ହ୍ୟାଣ୍ଡ୍‌ବ୍ୟାଗ୍‌ରେ ମଧ୍ୟ ଫ୍ଲୋରାଲ୍ ପ୍ରିଣ୍ଟ ଦେଖିବାକୁ ମିଳୁଛି ।

Leave A Reply

Your email address will not be published.