Latest Odisha News

ଇସ୍ରାଏଲ-ହାମାସ ଯୁଦ୍ଧ: ଗାଜାରେ ୩୭ ଦିନ ପରେ ଧ୍ବଂସାବଶେଷ ତଳୁ ମିଳିଳା ନବଜାତ ଶିଶୁ, ଦେଖନ୍ତୁ ଭିଡିଓ

ଗାଜା: ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଚାଲିଥିବା ଅସ୍ତ୍ରବିରତି ମଧ୍ୟରେ ଗାଜାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଭୟଙ୍କର ବୋମା ବିସ୍ଫୋରଣର ୩୭  ଦିନ ପରେ ଭଙ୍ଗା ଘର ଭିତରୁ ଏକ ଶିଶୁ ଜୀବନ୍ତ ଅବସ୍ଥାରେ ମିଳିଛି । ଏହାପରେ ଏହି ଶିଶୁର ଭିଡିଓ ଓ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଗଲ୍ଫ ନ୍ୟୁଜ୍ ରିପୋର୍ଟ ଅନୁଯାୟୀ, ଧ୍ୱଂସାବିଶେଷ ତଳେ ଜୀବନ୍ତ ଥିବା ନବଜାତ ଶିଶୁ ଇସ୍ରାଏଲ୍-ହାମାସ୍ ଯୁଦ୍ଧ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ଜନ୍ମ ହୋଇଥିଲା । ଯୁଦ୍ଧ ଆରମ୍ଭ ହେବା ମାତ୍ରେ ଇସ୍ରାଏଲ୍ ଗାଜା ପଟ୍ଟି ଉପରେ ବୋମା ପକାଇବା ଆରମ୍ଭ କଲା । ଯେଉଁଥିରେ ଅନେକ ଘର ନଷ୍ଟ ହୋଇଯାଇଥିଲା, ସବୁ ସ୍ଥାନରେ ମୃତଦେହ ଗଦା ହୋଇ ରହିଥିଲା । ଡାକ୍ତରଖାନାରେ ମୃତଦେହ ରଖିବା ପାଇଁ ଜାଗା ନଥିଲା । ଅଧିକାଂଶ ସହର ଧ୍ୱଂସାବଶେଷରେ ପରିଣତ ହୋଇଥିଲା । ଏହି ନିରୀହ ଶିଶୁ ଟି ର ମଧ୍ୟ ସେହି ନଷ୍ଟ ହୋଇଥିବା ଘରଗୁଡ଼ିକ ମଧ୍ୟରେ ଗୋଟିଏ ଘର ଥିଲା ।

ରିପୋର୍ଟ ଅନୁଯାୟୀ, ଇସ୍ରାଏଲ୍ ବିସ୍ଫୋରଣରେ ଏହି ନିରୀହ ଶିଶୁର ଘର ନଷ୍ଟ ହୋଇଯାଇଥିଲା କିନ୍ତୁ ଏହି ଶିଶୁ ଟି ର ଜୀବନ ରହିଯାଇଛି । ସେହି ଘର ର ଧ୍ବଂସାବଶେଷ ତଳେ ପୋତି ହୋଇଯିବା ସତ୍ତ୍ବେ ଏହି ଶିଶୁଟି ୩୭ ଦିନ ପର୍ଯ୍ୟନ୍ତ ବଞ୍ଚି ରହିଛି । ନାଗରିକ ସୁରକ୍ଷା ସଦସ୍ୟ ତଥା ଜଣେ ସ୍ଥାନୀୟ ଫଟୋଗ୍ରାଫର ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଏହି ନିରୀହ ଶିଶୁର କାହାଣୀ କହିଥିବା ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଦେଖାଯାଇଛି ଯେ, ତିନି ଘଣ୍ଟାର ପରିଶ୍ରମ ପରେ ପିଲାଟିକୁ ଭଙ୍ଗା ଘର ଭିତରୁ ବାହାର କରାଯାଇଥିଲା ।

ତେବେ ଉଦ୍ଧାର ହୋଇଥିବା ଏହି ନବଜାତ ଶିଶୁର ପରିବାର ସଦସ୍ୟଙ୍କ ବିଷୟରେ କିଛି ଜଣାପଡିନାହିଁ । ଶିଶୁଟିର ବର୍ତ୍ତମାନ କେହି ବଞ୍ଚିଛନ୍ତି କିମ୍ବା ସେମାନଙ୍କର ଦେହାନ୍ତ ଘଟିଛି ସେ ବିଷୟରେ ମଧ୍ୟ କୌଣସି ସୂଚନା ନାହିଁ ।

Leave A Reply

Your email address will not be published.