ନୂଆଦିଲ୍ଲୀ: ଜୁଲାଇରେ ନାଲି ଆଖି ଦେଖାଇଛି କରୋନା । ଭାରତ ଏବଂ ଓଡ଼ିଶାରେ ଲମ୍ବା ଲମ୍ଫ ମାରିଛି । ଦେଶରେ ଦିନକୁ ୫ ହଜାର ପାର୍ କରିଛି ପଜିଟିଭ କେସ୍ । ଲକ୍ଷାଧିକ ପଜିଟିଭ ବାହାରିଛନ୍ତି । ଜୁଲାଇରେ ଦେଶରେ ସାଢ଼େ ୧୦ ଲକ୍ଷରୁ ଅଧିକ ସଂକ୍ରମିତ ହୋଇଥିବା ବେଳେ ରାଜ୍ୟରେ ୨୪ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଦେଶରେ ସାଢ଼େ ୧୦ ଲକ୍ଷ, ରାଜ୍ୟରେ ୨୪ ହଜାର
ଜୁଲାଇ ୧ରେ ଦେଶରେ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ଥିଲା ୫ ଲକ୍ଷ ୮୫ ହଜାର ୪୯୩ । ସେତେବେଳେ ଓଡ଼ିଶାରେ ୭ ହଜାର ୫୪୫ ଜଣ ଆକ୍ରାନ୍ତ ଥିଲେ । ଜୁଲାଇ ୩୧ରେ ଦେଶରେ ପଜିଟିଭ୍ କେସ୍ ବଢ଼ି ୧୬ ଲକ୍ଷ ୩୮ ହଜାର ୮୭୦ରେ ପହଞ୍ଚିଥିଲା । ରାଜ୍ୟରେ ୩୧ ହଜାର ୮୭୭କୁ ବୃଦ୍ଧି ପାଇଥିଲା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ।

ଦେଶରେ ୬୪%, ରାଜ୍ୟରେ ୭୬% ସଂକ୍ରମଣ
ଜୁଲାଇରେ ଦେଶରେ ୧୦ ଲକ୍ଷ ୫୩ ହଜାର ୩୭୭ ନୂଆ ଆକ୍ରାନ୍ତ ବାହାରିଥିବା ବେଳେ ଓଡ଼ିଶାର କୋରୋନା ସଂକ୍ରମିତଙ୍କ ତାଲିକାରେ ଯୋଡ଼ି ହୋଇଥିଲେ ୨୪ ହଜାର ୨୪୩ ଜଣ । ଗୋଟିଏ ମାସରେ ଭାରତରେ ସଂକ୍ରମଣ ୬୪ ପ୍ରତିଶତ ବୃଦ୍ଧି ପାଇଥିଲା । ଓଡ଼ିଶାରେ ୭୬ ପ୍ରତିଶତ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ ।
ମୁଣ୍ଡ ନେଇଛି କରୋନା
ଜୁଲାଇରେ ଦେଶ ଓ ରାଜ୍ୟରେ ବଢ଼ିଥିଲା କରୋନା ମୃତ୍ୟୁ ସଂଖ୍ୟା । ଜୁଲାଇ ୧ରେ ଦେଶରେ ପ୍ରାଣ ହରାଇଥିଲେ ୧୭ ହଜାର ୪ ଶହ ଆକ୍ରାନ୍ତ । ସେତେବେଳେ ଓଡ଼ିଶାରେ କରୋନା ନେଇଥିଲା ୨୭ ମୁଣ୍ଡ । ଜୁଲାଇ ୩୧ ସୁଦ୍ଧା ଭାରତର ମୃତ୍ୟୁସଂଖ୍ୟା ୧୭ ହଜାରରୁ ବଢ଼ି ୩୫ ହଜାର ୭୪୭ରେ ପହଞ୍ଚିଗଲା । ଓଡ଼ିଶାରେ ଜୁଲାଇ ମାସ ସୁଦ୍ଧା ୧୭୭ ମୁଣ୍ଡ ନେଇଥିଲା କରୋନା ।

ସୁସ୍ଥ ହୋଇଛନ୍ତି ଅଧିକ
ଦେଶରେ ସଂକ୍ରମଣ ବଢ଼ିଥିଲା ବି ଆଶ୍ୱସ୍ତିକର ଖବର ହେଉଛି ଅଧିକ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । ଜୁଲାଇ ୧ତାରିଖରେ ଦେଶରେ କରୋନା ଆକ୍ଟିଭ କେସ୍ କେସ୍ ଥିଲା ୨ ଲକ୍ଷ ୨୦ ହଜାର ୧୧୪ । ସେତେବେଳେ ଓଡ଼ିଶାରେ ୨ ହଜାର ୧୫୭ଟି କରୋନା ସକ୍ରିୟ ମାମଲା ରହିଥିଲା । ଜୁଲାଇ ୩୧ରେ ଦେଶରେ ରହିଥିଲା ୫ ଲକ୍ଷ ୪୫ ହଜାର ୩୧୮ ଆକ୍ଟିଭ୍ କେସ୍ । ଓଡ଼ିଶାରେ ଏହି ସଂଖ୍ୟା ଥିଲା ୧୧ ହଜାର ୧ ୪୫ ।
BREAKING NEWS
- OPSC ପରୀକ୍ଷା ଘୁଞ୍ଚିବ ନାହିଁ, ବନ୍ୟା ପ୍ରଭାବିତ ପରୀକ୍ଷାର୍ଥୀଙ୍କ ଦାୟିତ୍ୱ ନେବେ ସରକାର: ରାଜସ୍ୱ ମନ୍ତ୍ରୀ
- ନଦୀ କୂଳରୁ ମୁଣ୍ଡବିହୀନ ମହିଳାଙ୍କ ମୃତଦେହ ଉଦ୍ଧାର
- ରାଜ୍ୟର କୃଷି ଇତିହାସରେ ଅଭୂତପୂର୍ବ ସଫଳତା, କୃଷି ବିଦ୍ୟାନିଧିରେ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ବୃତ୍ତି
- ପିଏମ୍ କିଷାନ ଉତ୍ସବ, ଓଡ଼ିଶାର ୩୫ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କ ଆକାଉଣ୍ଟକୁ ଗଲା ଟଙ୍କା
- ନଈବନ୍ଧରୁ ମୁଣ୍ଡବିହୀନ ଅଜଣା ମୃତଦେହ ଉଦ୍ଧାର, ପୋଲିସ ତଦନ୍ତ ଜାରି
- ଦକ୍ଷିଣ ଓଡିଶାରେ ଅର୍ଣ୍ଣବର ପ୍ରଭାବ, ଗଂଜାମ ଓ ଗଜପତିରେ ବିନାଶକାରୀ ବନ୍ୟା
- ବାତ୍ୟା ‘ଅର୍ଣ୍ଣବ’ ଧସିଲା ପଳାସପୁର ପୋଲ; ତପ୍ତପାଣି ଘାଟି ନିକଟରେ ଭୂସ୍ଖଳନ, NH-326 ରେ ଯାତାୟାତ ବାଧାପ୍ରାପ୍ତ
- Stealth Ships: ନୌସେନାର ଶକ୍ତି ବଢ଼ାଇବ ୪୦ ହଜାର କୋଟିର ଯୁଦ୍ଧ ଜାହାଜ! ରାଡାର୍କୁ ଚକ୍ମା ଦେବ ଭାରତର ନୂଆ ଷ୍ଟେଲ୍ଥ କର୍ଭେଟ୍!
- Israeli Election: ନେତାନ୍ୟାହୁଙ୍କ ହାତରୁ ଚାଲିଯିବ ଇସ୍ରାଏଲ୍? ବହୁମତରେ ଫେଲ୍… ଇସ୍ରାଏଲ୍ରେ ସରକାର ଗଠନର ଚାବି ଏବେ ଆରବ ଦଳଙ୍କ ହାତରେ!
- ଆନ୍ଧ୍ରପ୍ରଦେଶରେ ଅର୍ଣ୍ଣବର ପ୍ରଭାବ, ୭ ମୃତ, ୪୬୦୦ କୋଟିର କ୍ଷୟକ୍ଷତି ଆକଳନ

Comments are closed.