Latest Odisha News

BREAKING NEWS

ପହିଲିଭୋଗ: ମା’ଯଶୋଦାଙ୍କ ହାତ ରନ୍ଧା ଖାଇବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଏକମାସ ବ୍ୟାପି ପହିଲିଭୋଗ ନୀତି ଆରମ୍ଭ ହୋଇଥାଏ । ଧନୁସଂକ୍ରାନ୍ତି ଦିନଠାରୁ ମା’ଲକ୍ଷ୍ମୀ ପିତ୍ରାଳୟକୁ ଗମନ କରୁଥିବାରୁ ମାତା ଯଶୋଦା ଖୁବ୍ ପ୍ରତ୍ୟୁଷରୁ ଭୋଗ ରାନ୍ଧି ସନ୍ତାନମାନଙ୍କୁ ଖାଇବାକୁ ଦିଅନ୍ତି । ଏହାପରେ ଅନ୍ୟାନ୍ୟ ଧୂପ ସବୁ ହୁଏ । ତେଣୁ ଏହା ପହିଲି ବା ପ୍ରଥମ ଭୋଗ ଭାବେ ବିବେଚନା କରାଯାଏ । କାଉ ରାବ ଦେବା ପୂର୍ବରୁ ଏହି ଭୋଗ ପ୍ରସ୍ତୁତ କରାଯିବାର ନିୟମ ରହିଛି । ସକାଳ ୩ଟାରୁ ଶ୍ରୀମନ୍ଦିର ଦ୍ୱାର ଏଥିପାଇଁ ଖୋଲାଯିବା ସହ ଭୋଗ ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ୩ଟା୪୫ ସୁଦ୍ଧା ମଙ୍ଗଳା ଆଳତୀ ଓ ରୋଷ ହୋମ ଶେଷ ହେବ । ଏହା ପରେ ମଇଲମ, ତଡପ ଲାଗି ନୀତି ୪ଟା ସୁଦ୍ଧା ସମାପ୍ତ କରାଯିବ । ପହିଲି ଭୋଗ ୬ଟା୨୦ ରୁ ୬ଟା୫୦ ମଧ୍ୟରେ ଠାକୁରଙ୍କୁ ଅର୍ପଣ କରାଯିବ ।

ମା’ରନ୍ଧା ସ୍ୱାଦ ସମସ୍ତଙ୍କ ପାଇଁ ନିଆରା । ଏଥିରୁ ମହାପ୍ରଭୁ ବି କିପରି ବାଦ୍ ପଡନ୍ତି ।

ଲକ୍ଷ୍ମୀ ବାପଘରକୁ ଯିବା ପରେ ମା’ ଯଶୋଦା ପୁଅମାନଙ୍କ ପାଇଁ ରୋଷେଇ କରନ୍ତି । ଏହା ପରେ ସେ ସକାଳୁ ଆରିଶା, କାକରା, ବଡା, ଖଇରଚୂଳ, ଚୂଡା ଖୁଆ, ଅମାଲୁ, ବିରିବଡି ଆଦି ଅନେକ ପ୍ରକାରର ନିସଙ୍କୁଡି ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରି ଖୁଆଇଥାନ୍ତି ।

ଏହା ଦ୍ୱାପର ଯୁଗର ସ୍ମୃତି ଚାରଣ କରିଥାଏ । ଯେ ହେତୁ ଚତୁର୍ଦ୍ଦାମୂର୍ତି ପହଲି ଭୋଗ ଖାଇ ଥାଆନ୍ତି, ପୁରୀ ସହରରେ ପ୍ରାୟ ସମସ୍ତ ବାସିନ୍ଦା, ଜାଗା ଓ ଦେବ ସ୍ଥାନରେ ପହଲି ଭୋଗ କରି ଖାଇଥାନ୍ତି । ଏହା ଏକ ପ୍ରକାର ବଣଭୋଜି ପରିବେଶ ସୃଷ୍ଟି କରିଥାଏ ।

ଅନ୍ୟ ଅର୍ଥରେ ପୁରୀରେ ଶୁଦ୍ଧ ଶାକାହରୀ ବଣଭୋଜି ପରିବେଶ ଏବେଠାରୁ ଆରମ୍ଭ ହେଲା ।

Leave A Reply

Your email address will not be published.