Latest Odisha News

ମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ କିପରି ପ୍ରସ୍ତୁତି କରିଥିଲା ଗୋପାଳ; ସାମ୍ନାକୁ ଆସିଲା ରୋଚକ ତଥ୍ୟ

ଭୁବନେଶ୍ୱର:ଦିନକୁ ଦିନ ରହସ୍ୟଘେରକୁ ଚାଲି ଯାଉଛି ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ  । ଦିନ ଯେତିକି ଗଡୁଛି, ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏବେ ଆଉ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି ।

ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋପାଳ ଦାସ ବିଷୟରେ ସାମ୍ନାକୁ ଆସିଛି ନୂଆ ତଥ୍ୟ । ମିଳଥିବା ତଥ୍ୟରୁ ଜଣାଯାଇଛି, ଅଭିଯୁକ୍ତ ଏଏସଆଇ ଗୋପାଳ ଦାସ ହତ୍ୟାକାଣ୍ଡର ଦିନକ ପୂର୍ବରୁ ଅର୍ଥାତ ଜାନୁଆରୀ ୨୮ ତାରିଖ ଦିନ ନିଜର ସୁନାମୁଦି ବିକ୍ରି କରି ୮ ହଜାର ୫୦୦ ଟଙ୍କା ଆଣିଥିଲା । ହତ୍ୟାକାଣ୍ଡ ପୂର୍ବରୁ ସେ ତାଙ୍କ ଭାଇଙ୍କୁ ଝାରସୁଗୁଡାରୁ ପଠାଇ ଦେଇଥିଲା । ସେ ଏହି ଟଙ୍କାରୁ ୬ ହଜାର ଟଙ୍କା ନିଜ ଭାଇଙ୍କୁ ଦେଇଥିଲା ଏବଂ ପରେ ଆଉ ୫ଶହ ଟଙ୍କାରେ ଗୋପାଳ ନିଜ ପାଇଁ ଏକ ରୁପା ମୁଦି କିଣିଥିଲା । ୨୯ ତାରିଖ ସକାଳେ ଗୋପାଳ ନିଜ ଭାଇଙ୍କୁ ଷ୍ଟେଶନରେ ଛାଡି ଆସିଥିଲା ।

ସେଠାରୁ ଫେରିବା ପରେ ପୋଲିସ ଷ୍ଟେଶନ ଯିବା ପୂର୍ବରୁ ସେ ୩୦ ମିନିଟ ବିଶ୍ରାମ ନେଇଥିଲେ । ହତ୍ୟାର ପ୍ରାୟ ୧ ଘଣ୍ଟା ପୂର୍ବରୁ ଅଭିଯୁକ୍ତ ଗୋପାଳ ଦାସ ତାଙ୍କ ପିସ୍ତଲରେ ଗୁଳି ଭର୍ତ୍ତି କରିଥିବା ତଥ୍ୟରୁ ଜଣାପଡିଛି । ।

ଯାହା ବି ହେଉ, ଗୋପାଳକୁ ହତ୍ୟାକାରୀ ଭାବେ ପ୍ରମାଣ କରିବା ପାଇଁ କ୍ରାଇମବ୍ରାଞ୍ଚ ସବୁ  ତଥ୍ୟ ଯୋଗାଡ କରିବାକୁ ଲାଗିଛି ।

 

Leave A Reply

Your email address will not be published.