Latest Odisha News

BREAKING NEWS

ଲାଗୁ ହେଲା ନୂଆ ଜିଏସଟି ରେଟ୍: ଟିଭି, କ୍ୟାମେରା ଭଳି ୨୩ଟି ସାମଗ୍ରୀ ଆଜିଠୁ ଶସ୍ତା

ନୂଆଦିଲ୍ଲୀ : ଦେଶରେ ଜିଏସଟି ରେଟରେ ହ୍ରାସ ହେବା ଫଳରେ ଜାନୁଆରି ୧ ତାରିଖରୁ ପ୍ରାୟ ୨୩ଟି ଦ୍ରବ୍ୟ ଓ ସେବା ଶସ୍ତା ହୋଇଛି ।

ଏସମ୍ପର୍କରେ ଗତ ଡିସେମ୍ବର ୨୨ ତାରିଖରେ ବସିଥିବା ଜିଏସଟି କାଉନସିଲର ୩୧ତମ ବୈଠକରେ ନିଷ୍ପତ୍ତି ହୋଇଥିଲା ।

ଯେଉଁ ସାମଗ୍ରୀ ଗୁଡିକରେ ଜିଏସଟି ହାର ୨୮ ପ୍ରତିଶତ ରହିଥିଲା ତାହା ୧୮ ପ୍ରତିଶତକୁ ହ୍ରାସ ପାଇଛି, ସେଗୁ଼ଡ଼ିକ ହେଲା- ଭିଡିଓ ଗେମ, ୩୨ ଇଞ୍ଚ ଟିଭି ତଥା ମନିଟର, ଭିଡିଓ କ୍ୟାମେରା ରେକଡର୍, ଡିଜିଟାଲ୍ କ୍ୟାମେରା, ପାଓ୍ଵାର ବ୍ୟାଙ୍କ, ଲିଥିୟମ ଆୟନ ବ୍ୟାଟେରୀ, ଗିଅରବକ୍ସ, ୟୁଜଡ୍ ଟାୟାର ଏବଂ ଟ୍ରାନ୍ସମିସନ୍ ଆଦି ।

ଅନ୍ୟପକ୍ଷରେ ୧୦୦ ଟଙ୍କା ପର୍ଯ୍ୟନ୍ତ ସିନେମା ଟିକେଟ ଉପରେ ଜିଏସଟି ହାର ୧୮ ପ୍ରତିଶତରୁ ୧୨ ପ୍ରତିଶତକୁ ହ୍ରାସ ପାଇଛି । ଏହା ଫଳରେ ସିନେମା ଟିକେଟ ଶସ୍ତା ହେବ । ସେହିପରି ୧୦୦ ଟଙ୍କାରୁ ଅଧିକ ମୂଲ୍ୟର ସିନେମା ଟିକେଟ ଉପରେ ଟିକସ ହାର ୨୮ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କରାଯାଇଛି ।

ଏବେ ମାତ୍ର ଲାର୍ଜ ସ୍କ୍ରିନ୍ ଟିଭି, ସିମେଣ୍ଟ, ଏୟାର କଣ୍ଡିସନର ଡିସୱାସର ଏବଂ ଆଉ କିଛି ବିଳାଶ ସାମଗ୍ରୀ ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁ ରହିଛି ।

ତେବେ ସାଧାରଣ ସଞ୍ଚୟ ଜମା ଖାତା ତଥା ଜନଧନ ବ୍ୟାଙ୍କ ଖାତା ଖୋଲିବା ଉପରେ କୌଣସି ଜିଏସଟି ଲାଗୁ ହେବ ନାହିଁ ।

Leave A Reply

Your email address will not be published.