Latest Odisha News

BREAKING NEWS

ନନ୍ଦନକାନନକୁ ଆସୁଛନ୍ତି ନୂଆ ଅତିଥି, ୨୦୨୧ରେ ପ୍ରଥମ ଅଦଳ ବଦଳର ପକ୍ରିୟା ଆରମ୍ଭ

ଭୁବନେଶ୍ବର : ଚଳିତ ୨୦୨୧ ନୂଆ ବର୍ଷରେ ପ୍ରଥମ ଥର ଅଦଳ ବଦଳ ପକ୍ରିୟା ଆରମ୍ଭ ହୋଇଛି । ନନ୍ଦନକନାନକୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଓ ଜୀବଜନ୍ତୁଙ୍କ ବଂଶ ବୃଦ୍ଧି ପାଇଁ ଆସୁଛନ୍ତି ନୂଆ ଜୀବଜନ୍ତୁ । ଯାହା ଅଗାମୀ ଦିନରେ ନନ୍ଦନକାନନରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧିରେ ସାହାୟକ ହୋଇପାରିବ ।

ନନ୍ଦନକାନନ ଅଦଳବଦଳ ପକ୍ରିୟାରେ ୫ ପ୍ରଜାତିର ୧୬ ଜୀବଜନ୍ତୁ ଆଣିବ ଏହାର ପ୍ରତି ବଦଳରେ ୪ଟି ପକ୍ଷୀ ନନ୍ଦନକାନନରୁ ଦିଆଯିବା ପାଇଁ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି ।

ଏହି ଅଦଳବଦଳ ପ୍ରକ୍ରିୟାରେ ନନ୍ଦନକାନନ ଦେଉଛି କେବଳ ୪ଟି ସାଧାରଣ ମୟୂର । ଏହାର ପ୍ରତିବଦଳରେ ମିଜୋରାମ ଆଇଜୱାଲ ଚିଡିଆଖାନାରୁ ଆସିବ ଦୁଇଟି ହିମାଳୟ କଳା ଭାଲୁ, ଦୁଇଟି ବଳିଆ କୁକୁର, ୬ଟି ଏସିଆନ ଧୂସର କଈଁଛ, ଦୁଇଟି ଆସାମୀ ମାଙ୍କଡ, ୬ଟି ଷ୍ଟମ୍ପଟେଲ୍‌ଡ୍‌ ମାଙ୍କଡ । ଏହି ସବୁ ଜୀବଜନ୍ତୁ ଆସନ୍ତା ୧୦ ଦିନ ମଧ୍ୟରେ ଆସି ପହଞ୍ଚିବେ ବୋଲି ଜଣାପଡିଛି । 

କେନ୍ଦ୍ରୀୟ ଚିଡିଆଖାନାର ଉଦ୍ୟମ ଫଳରେ ଭାରତର ବିଭିନ୍ନ ଚିଡିଆଖାନା ସହିତ ପଶୁ ବିନିମୟ ପାଇଁ ପଥ ସୁଗମ ହୋଇଛି । ଯାହାଫଳରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଚିଡିଆଖାନାରୁ ଜୀବଜନ୍ତୁ ମାନଙ୍କୁ ଆଣିବାର କାର୍ଯ୍ୟକ୍ରମ ରହିଛି ।

 

 

Leave A Reply

Your email address will not be published.