Latest Odisha News

BREAKING NEWS

ରାୟଗଡାରେ ମାଲବାହୀ ଟ୍ରେନର ୪ଟି ବଗି ଲାଇନଚ୍ୟୁତ

ମୁନିଗୁଡା : ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁ । ରାୟଗଡା ଜିଲ୍ଲା ମୁନିଗୁଡା ରେଳ ଷ୍ଟେସନ ନିକଟ ମୁନିଖୋଲରେ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । 

ରେଳଧାରଣା କାମ ଚାଲିଥିବା ବେଳେ ଟ୍ରେନ୍‌ ଟି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ଖବରପାଇ ରେଳବାଇ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ଟ୍ରେନଟି ବିଶାଖାପାଟଣାରୁ ଛତିଶଗଡ ଅମୁଲାଇ ଯାଉଥିବା ବେଳେ ଏଭଳି ଅଘଟଣ ଘଟିଛି । ଟ୍ରେନ୍ ଲାଇନଚ୍ୟୁତ୍ ହେବା ଫଳରେ ରାୟଗଡା-ଟିଟିଲାଗଡ ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

 

Leave A Reply

Your email address will not be published.