Latest Odisha News

BREAKING NEWS

ନୂଆ ବିଏସ ୬ ହିରୋ ସ୍ପ୍ଲେଣ୍ଡର: ଜାଣନ୍ତୁ କିପରି ଲୁକ-ଷ୍ଟାଇଲରେ, ମାଇଲେଜରେ ଦମଦାର !

ଦୁନିଆର ସବୁଠୁ ବଡ଼ ଦୁଇଚକିଆ ଗାଡି ନିର୍ମାତା କମ୍ପାନୀ ହିରୋ ମୋଟୋକୋପ ବଜାରକୁ ନିଜର ନୂଆ ମୋଟରସାଇକେଲ ସ୍ପ୍ଲେଣ୍ଡର ପ୍ଲସ କୁ ବିଏସ୬ ଇଞ୍ଜିନ ସହ ଅପଡେଟ କରି ଲଞ୍ଚ କରିଛି | ନୂଆ ବିଏସ୬ ହିରୋ ସ୍ପେଣ୍ଡର କୁ କମ୍ପାନୀ ବହୁତ କିଛି ପରିବର୍ତ୍ତନ କରିଛି | ଯାହାଦ୍ୱାରା ବାଇକ ମୂଲ୍ୟ ସହ ଏହାର ମାଇଲେଜ ଓ ପରଫରମାନ୍ସ ବି ଦମଦାର ଦେଖିବାକୁ ମିଳିଛି |
କମ୍ପାନୀ ଏହି ବାଇକକୁ ତିନିଟି ଅଲଗା ଅଲଗା ଭ୍ୟାରିଏଣ୍ଟ ରେ ଲଞ୍ଚ କରିଛି | ଏହି ବାଇକରେ ଏଲୟ ହ୍ବିଲ ସହ କିକ ଷ୍ଟାର୍ଟ ଭ୍ୟାରିଏଣ୍ଟ ର ମୂଲ୍ୟ ୫୯,୬୦୦ ଟଙ୍କା, ଏଲୟ ହ୍ବିଲ ସହ ସେଲ୍ଫ ଷ୍ଟାର୍ଟ ଭ୍ୟାରିଏଣ୍ଟ ର ମୂଲ୍ୟ ୬୧,୯୦୦ଟଙ୍କା ଓ ଟପ ମଡେଲ ଆଇ୩ଏସ ଭ୍ୟାରିଏଣ୍ଟ ମୂଲ୍ୟ ୬୩,୧୦୦ ଟଙ୍କା ରଖାଯାଇଛି | ପୂର୍ବ ବିଏସ୪ ମଡେଲ ତୁଳନାରେ ବାଇକ ମୂଲ୍ୟରେ ୭୦୦୦ ଟଙ୍କା ବଢିଛି |
ହିରୋ ସ୍ପେଣ୍ଡର ପ୍ଲସ ବିଏସ୬ ରେ କମ୍ପାନୀ ୧୦୦ସିସି କ୍ଷମତା ର ଇଞ୍ଜିନ ପ୍ରୟୋଗ କରାଯାଇଛି, ୭.୯୧ବିଏଚପି ର ପାୱାର ଓ  ୮.୦୫ ଏନଏମ ର ଟାକ ଜେନେରେଟ କରେ | ଏହାର ପାୱାର ଆଉଟପୁଟ ପୂର୍ଵ ଇଞ୍ଜିନ ଅପେକ୍ଷା ପାଖାପାଖି ୧.୩ବିଏଚପି କମ ହୋଇଯାଇଛି | ୪ ସ୍ପୀଡ଼ ଗୀୟରବକ୍ସ ସହ ଏହି ବାଇକ ନୂଆ ପେଣ୍ଟ ସ୍କିମସହ ଲଞ୍ଚ ହୋଇଛି | ଏହି ବାଇକର ତେଲ ଟାଙ୍କି ଉପରେ ପାରମ୍ପରିକ ଡିଜାଇନ କୁ ଧ୍ୟାନରେ ରଖି ନୂଆ ଗ୍ରାଫିକ୍ସ ପ୍ରୟୋଗ କରାଯାଇଛି |
ଏହାଛଡା ଏହି ବାଇକ ରେ କମ୍ପାନୀ ରେ ଫୁଏଲ ଇଂଜେକସନ ଟେକନିକ ପ୍ରୟୋଗ କରାଯାଇଛି ଯାହା  ପୂର୍ଵ କାବ୍ୟୁ ରେଟର ମଡେଲ ରୁ ବହୁତ ଭଲ | ବର୍ତ୍ତମାନ ପର୍ଯ୍ୟନ୍ତ ଏହାର ମାଇଲେଜ ସମ୍ପର୍କରେ ସଠିକ ସୂଚନା ମିଳିପାରିନାହିଁ | ହେଲେ କମ୍ପାନୀ ନିକଟରେ ଲଞ୍ଚ କରିଥିବା ହିରୋ ମାଷ୍ଟ୍ରୋ ଓ ଡେଷ୍ଟିନି ର ନୂଆ ବିଏସ୬ ମଡେଲ ଲଞ୍ଚ ସମୟରେ କହିଥିଲା ଯେ ଏହି ସ୍କୁଟର ୧୧ ପ୍ରତିଶତ ଅଧିକ ମାଇଲେଜ ପ୍ରଦାନ କରିବ | ତେଣୁ ଅନୁମାନ କରାଯାଉଛି ଯେ ହିରୋ ର ଏହି ନୂଆ ସ୍ପେଣ୍ଡର ପ୍ଲସ ବିଏସ୬ ର ମଧ୍ୟ ମାଇଲେଜ ବଢିବ |
Leave A Reply

Your email address will not be published.