Latest Odisha News

BREAKING NEWS

[ଭିଡିଓ] ୟୁ-ଟ୍ୟୁବକୁ ପୁଣି ଫେରିଲେ ଧିନ୍‌ଚାକ୍ ପୂଜା

ନୂଆଦିଲ୍ଲୀ: କଳ୍ପନାଠାରୁ ଅଧିକ ଭୟାଭହ ସାବ୍ୟସ୍ତ ହୋଇଛି ବର୍ଷ ୨୦୨୦ । ତେବେ କରୋନା ମହାମାରୀ ପରେ ଏବେ ଆଉ ଏକ ମହାମାରୀ ସୋସିଆଲ ମିଡିଆରେ ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଇଛି । ଧିନ୍‌ଚାକ୍ ପୂଜାଙ୍କ ଭିଡିଓଟି ବହୁ ପୂର୍ବରୁ ରିଲିଜ୍ ହୋଇଥିଲେ ବି ଏବେ ଚର୍ଚ୍ଚାକୁ ଆସିଛି ।

ନୂଆ ଭିଡିଓର ଲିରିକ୍ସ ଲାଇନ୍ ରହିଛି “ରୋଜ୍ ରୋଜ୍ କା କାମ୍” । ଏହି ଭିଡିଓର କନସେପ୍ଟ ବେଶ ସାଧାରଣ । ନିଜର ଦୈନନ୍ଦିନ ଜୀବନକୁ ପୂଜା ଏହି ଭିଡିଓ ମାଧ୍ୟମରେ ଦର୍ଶାଇଛନ୍ତି । ଏ କଥା ସତ ଯେ ଧିନଚାକ୍ ପୂଜାଙ୍କ ଗୀତ ସ୍ୱର ଓ ତାଳ ସହ କିଛି ସଂପର୍କ ରଖେନି । ତଥାପି ପୂଜାଙ୍କ ଭିଡିଓଗୁଡିକ ଭାଇରାଲ୍ ହୋଇଥାଏ ।

ବୋଧ ହୁଏ ଆପଣ ଜାଣିଥିବେ ନିଜ ଉଟ୍‌ପଟାଙ୍ଗ୍ ଗୀତ ପାଇଁ ସେ ବିଗ୍‌ବସ୍‌ରେ ପ୍ରତିଯୋଗୀ ଭାବେ ସାମିଲ ହୋଇଥିଲେ । ପୂଜାଙ୍କ କମେଣ୍ଟ ବକ୍ସରେ ଗୀତଗୁଡିକୁ ମାତ୍ରାଧିକ ତିରଷ୍କାର ମିଳିଥାଏ । ଏହି କାରଣରୁ ସେ ନିଜ କମେଣ୍ଟ ବକ୍ସକୁ ନିଷ୍କ୍ରିୟ କରିଦେଇଛନ୍ତି । ତେବେ ଟୁଇଟର୍‌, ଫେସ୍‌ବୁକ ଓ ଇନଷ୍ଟାଗ୍ରାମରେ ଲୋକେ କିନ୍ତୁ ତାଙ୍କୁ ଟ୍ରୋଲ୍ କରିବାକୁ ପଛାଇନାହାନ୍ତି ।

ପୂର୍ବରୁ ପୂଜା ଜୈନ ଓରଫ ଧିନଚାକ୍ ପୂଜା ସ୍ୱାଗ୍ ୱାଲି ଟୋପି, ସେଲ୍‌ଫି ମୈନେ ଲେ ଲି ଆଜ୍‌, ଦିଲୋଁ କା ସ୍କୁଟର୍‌, ବାପୁ ଦେଦେ ଥୋଡା କ୍ୟାସ୍ ଓ ଆଫ୍ରିନ୍ ଫାତିମା ବେୱଫା ହୈ ଭଳି ଉଟ୍‌ପଟାଙ୍ଗ୍ ଗୀତ ଜରିଆରେ ଚର୍ଚ୍ଚାକୁ ଆସିଥିଲେ । ତେବେ କରୋନା ମହାମାରୀ ସମୟରେ ବି ତାଙ୍କର ଏକ ଗୀତ ଲୋକଙ୍କୁ ଖୁବ ବିରକ୍ତ କରାଇଥିଲା ।

Leave A Reply

Your email address will not be published.