Latest Odisha News

BREAKING NEWS

ଏହି ୩ ଦେଶରୁ ଭାରତ ଫେରିଲେ ଏଣିକି ଯାଞ୍ଚ କଡ଼ାକଡ଼ି

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରୁ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ ପରେ ହାଇ ଆଲର୍ଟରେ ସାରା ବିଶ୍ୱ । ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଆଡଭାଇଜରୀ ଜାରି କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଚିଠି ଲେଖି ସତର୍କ କରାଇଛନ୍ତି । ଦକ୍ଷିଣ ଆଫ୍ରିକା, ହଂକଂ ଓ ବୋସ୍ତଓ୍ୱାନାରୁ ଆସୁଥବା ଯାତ୍ରୀ କିମ୍ବା ସେସବୁ ଦେଶର ରୁଟ୍ ଦେଇ ଆସୁଥିବା ସମସ୍ତ ବିମାନଯାତ୍ରୀଙ୍କର କଡ଼ାକଡ଼ି ହେବ ସ୍କ୍ରିନିଂ । ଯେଉଁମାନେ ସଂକ୍ରମିତ ଚିହ୍ନଟ ହେବେ ସେମାନଙ୍କର ନୁମନା ତୁରନ୍ତ ଯାଞ୍ଚ କରିବା ସୁନିଶ୍ଚିତ କରିବା ପାଇଁ କୁହାଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ କହିଛନ୍ତି, ରାଷ୍ଟ୍ରୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ବା NCDC ପକ୍ଷରୁ ଜାରି ସୂଚନା ଅନୁସାରେ ଦକ୍ଷିଣ ଆଫ୍ରିକା(୬ କେସ୍), ହଂକଂ (୧ କେସ୍) ଓ ବୋସ୍ତଓ୍ୱାନାରୁ(୩ କେସ୍) କରୋନାର ନୂଆ ଷ୍ଟ୍ରେନ୍ B.1.1.529 ଚିହ୍ନଟ ହୋଇଛି । ଯାହାକି ପୂର୍ବ ଷ୍ଟ୍ରେନ୍ ଅପେକ୍ଷା ଅଧିକ ସଂକ୍ରାମକ । ଅନ୍ତର୍ଜାତୀୟ ଉଡ଼ାଣ ଆରମ୍ବ ହୋଇଥିବାରୁ ଆଗକୁ ଏହି ସଂକ୍ରମଣ ବ୍ୟାପିବା ଆଶଙ୍କା ଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆଡଭାଇଜରୀ ଜାରି କରିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ କରୋନାର ୪ଟି ଭାରିଆଣ୍ଟକୁ ଭାରିଆଣ୍ଟ ଅଫ୍ କନସର୍ଣ୍ଣ ବର୍ଗରେ ରଖାଯାଇଛି । ସେଗୁଡ଼ିକ ହେଲେ ଆଲଫା (B.1.1.7, ୟୁକେ ଭାରିଆଣ୍ଟ), ବିଟା (B.1.351, ଦକ୍ଷିଣ ଆଫ୍ରିକା ଭାରିଆଣ୍ଟ) ଗାମା (P.1, ବ୍ରାଜିଲ୍ ଭାରିଆଣ୍ଟ), ଡେଲଟା(B.1.617.2) ।

Leave A Reply

Your email address will not be published.