Latest Odisha News

BREAKING NEWS

ନୃଶଂସ ବାପା; ହୋମୱାର୍କ ପାଇଁ ୮ ବର୍ଷର ପୁଅକୁ ଫ୍ୟାନ୍‌ରେ ଟାଙ୍ଗିଲେ

ଜୟପୁର: ରାଜସ୍ଥାନର ବୁନ୍ଦି ଜିଲ୍ଲାରେ ଜଣେ ନୃଶଂସ ବାପା ସ୍କୁଲ ହୋମୱାର୍କ ଶେଷ ନକରିବାର ଦଣ୍ଡ ସ୍ୱରୂପ ତାଙ୍କ ପୁଅକୁ ଏକ ଫ୍ୟାନରେ ଓଲଟାଇ ଝୁଲାଇଦେଇଥିବା ଘଟଣା ସାମ୍‌ନାକୁ ଆସିଛି। ନଭେମ୍ବର ୧୭ ରେ ବୁନ୍ଦି ଜିଲ୍ଲାର ଡାବି ଠାରେ ଏହି ଘଟଣା ଘଟିଥିଲା । ଭାଇରାଲ ଭିଡିଓରେ ଅଭିଯୁକ୍ତ ଜଣେ ୮ ବର୍ଷର ବାଳକକୁ ଆକ୍ରମଣ କରିଥିବା ନଜର ଆସିଛନ୍ତି। ଏହି ଘଟଣା ପରେ ଶିଶୁ ଏବଂ ତାଙ୍କ ମା ସେମାନଙ୍କ ମାମୁଁଙ୍କୁ ଏହି ଭିଡିଓ ଦେଖାଇଥିଲେ। ଏହା ପରେ ମହିଳାଙ୍କ ଭାଇ ଚାଇଲ୍ଡଲାଇନକୁ ଫୋନ୍ କରି ଏ ବିଷୟରେ ସୂଚନା ଦେଇଥିଲେ।

ଖବର ଅନୁଯାୟୀ, ପୁଅର ମାମୁଁ କହିଛନ୍ତି ଯେ ଅଭିଯୁକ୍ତ ଜଣକ ତାଙ୍କ ପୁଅ ଏବଂ ୫ ବର୍ଷର ଝିଅକୁ ବାରମ୍ବାର ମାଡ ମାରୁଥିଲେ। ଏହି ଘଟଣାରେ ଏର୍ପ୍ୟନ୍ତ ଆନୁଷ୍ଠାନିକ ମାମଲା ପଞ୍ଜିକୃତ ହୋଇନାହିଁ। ଅଭିଯୁକ୍ତଙ୍କ ହିଂସା ସ୍ବଭାବ କାରଣରୁ ପରିବାର ଅଭିଯୋଗ କରିବାକୁ ଭୟ କରୁଥିବା ଜଣାପଡିଛି।

ପ୍ରକାଶ ଥାଉକି, ଏହି ମାମଲାକୁ ଅନୁଧ୍ୟାନ କରି ରାଜ୍ୟ ଶିଶୁ ସୁରକ୍ଷା କମିଶନ ବୁନ୍ଦି ଏସପିଙ୍କୁ ୩ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.