Latest Odisha News

BREAKING NEWS

ଖରା ଛୁଟି ପାଇଁ ପଶ୍ଚିମବଙ୍ଗ ଦୁଇ ଭାଗ, ନୂଆ ରାଜ୍ୟ ଦାବି

କୋଲକାତା: ଖରା ପାଇଁ ପଶ୍ଚିମବଙ୍ଗ ଦୁଇ ଭାଗ ହୋଇଗଲାଣି । ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଜୁନ୍ ୧୫ ଯାଏଁ ସ୍କୁଲ ଗୁଡ଼ିକୁ ଖରା ଛୁଟି ଘୋଷଣା କରିଛନ୍ତି । ଏହି ଛୁଟି ସର୍କୁଲାର ଜାରି ହେବା ପରେ ରାଜ୍ୟ ବିଭାଗୀକରଣ ରାଜନୀତି ଆରମ୍ଭ ହୋଇଯାଇଛି ।
ଏହି ସର୍କୁଲାର ରାଜ୍ୟକୁ ଦୁଇ ଭାଗରେ ବିଭକ୍ତ କରିବା ପାଇଁ ଇନ୍ଧନ ଯୋଗାଇଛି ବୋଲି ସିଲିଗୁଡ଼ି ବିଜେପି ବିଧାୟକ ଶଙ୍କର ଘୋଷ ଟ୍ୱିଟ୍ କରିଛନ୍ତି । ସେ ଲେଖିଛନ୍ତି ଯେ, ଦକ୍ଷିଣ ବେଙ୍ଗଲରେ ଜୋରଦାର୍ ଗରମ ହେଉଛି । ହେଲେ ତା ଅପେକ୍ଷା ଉତ୍ତର ବେଙ୍ଗଲରେ ଯଥେଷ୍ଟ କମ୍ ଗରମ ଅନୁଭୂତ ହୁଏ ।

କିନ୍ତୁ ଦକ୍ଷିଣ ବେଙ୍ଗଲ ର ଗରମ ପାଇଁ ଉତ୍ତର ବେଙ୍ଗଲରେ କାହିଁକି ଛୁଟି ହେବ ବୋଲି ପ୍ରଶ୍ନ କରିଛନ୍ତି ବିଜେପି ବିଧାୟକ ଶଙ୍କର ଘୋଷ ।
ଏନେଇ ସ୍ଥାନୀୟ ଡିଆଇ ଙ୍କୁ ଭେଟିଛନ୍ତି ଶଙ୍କର । ଖରା ଛୁଟି ସର୍କୁଲାର ଟି ଦକ୍ଷିଣ ବେଙ୍ଗଲ କୈନ୍ଦ୍ରିକ ବୋଲି କହି ଏକ ଅଭିଯୋଗ ପତ୍ର ଦେଇଛନ୍ତି । ଅଭିଯୋଗ ବେଳର ଫଟୋ ଟ୍ୱିଟ୍ କରି, ଉତ୍ତର ବେଙ୍ଗଲ କଣ ଦକ୍ଷିଣ ବେଙ୍ଗଲର ମାଲିକ ବୋଲି ପ୍ରଶ୍ନ କରିଛନ୍ତି ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜୁନ୍ ୧୫ ଯାଏଁ ରାଜ୍ୟରେ ସ୍କୁଲ୍ ବନ୍ଦ କରିବାକୁ ଘୋଷଣା କରିଥିଲେ । ଶଙ୍କର ଏହାକୁ ବିରୋଧ କରି ଡିଆଇ ଙ୍କୁ ଅଭିଯୋଗ ପତ୍ର ଦେଇଛନ୍ତି ।
ତେବେ ସେପଟେ, ଶାସକ ଟିଏମସି ମୁଖପାତ୍ର ଶଙ୍କର ଙ୍କୁ କଡ଼ା ସମାଲୋଚନା କରିଛନ୍ତିି । ସେ କହିଛନ୍ତି ଯେ, “ଆଗାମୀ ନିର୍ବାଚନରେ ବିଜେପି ରାଜ୍ୟ ବିଭାଗୀକରଣ ନିର୍ବାଚନୀ ଇସ୍ତାହାରରେ ଯୋଡ଼ିବ କି?ସେମାନେ ସେମିତି କରିବେ କି? ସରକାରଙ୍କ ନୀତି ସମସ୍ତଙ୍କ ପାଇଁ ସମାନ ।”

Leave A Reply

Your email address will not be published.