Latest Odisha News

ପାକିସ୍ତାନରେ ଚୀନ ନାଗରିକଙ୍କ ପାଇଁ ଯମ ସାଜିଛନ୍ତି ବାଲୋଚି ବିଦ୍ରୋହୀ

କରାଚୀ: ପାକିସ୍ତାନରେ ଚୀନ ନାଗରିକଙ୍କ ପାଇଁ ଯମ ସାଜିଛନ୍ତି ବାଲୋଚି ବିଦ୍ରୋହୀ । ରିପୋର୍ଟ ମୁତାବକ ଅଳ୍ପ ଦିନ ମଧ୍ୟରେ ବିଏଲଏ ୧୫ରୁ ଊର୍ଦ୍ଧ୍ୱ ଚୀନ ନାଗରିକଙ୍କୁ ମାରି ସାରିଲାଣି । ଏଥିନେଇ ଚୀନ ଅସନ୍ତୋଷ ବ୍ୟକ୍ତ କରିବା ସହ ନାଗରିକଙ୍କ ସୁରକ୍ଷା ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କ ଉପରେ ଚାପ ପକାଇଛି । ୧୯୪୭ ପରଠାରୁ ବାଲୋଚିସ୍ତାନ ନାଗରିକ ପାକିସ୍ତାନର ଅଂଶ ଭାବେ ମାନିବାକୁ ନାରାଜ । ତେବେ ପାକିସ୍ତାନ ସେନାର ବଳପୂର୍ବକ ଉଦ୍ୟମ ଯୋଗୁ ଯାହା ଯେମିତି ହୋଇ ପାକିସ୍ତାନର ମାନଚିତ୍ରରେ ସେମାନେ ରହିଛନ୍ତି ।

ବାଲୋଚିମାନେ ପରୋକ୍ଷରେ ନିଜକୁ ଇରାନୀ ଭାବନ୍ତି । ଇରାନ ମଧ୍ୟ ସେମାନଙ୍କୁ ଲୁୁଚା ଛପା ଭାବେ ସାହାଯ୍ୟ କରିଥାଏ । ୧୯୭୫ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଜୁଲଫିକର ଅଲୀ ଭୁଟ୍ଟୋ ରାଲୀରେ ଏକ ବଡ ହ୍ୟାଣ୍ଡ ଗ୍ରେନେଡ ଫୁଟିଥିଲା । ଏଥିରେ ମାଜିଦ ଲାଙ୍ଗୋ ନାମକ ଯୁବକଙ୍କ ମୃତ୍ୟୁ ଘଟିଥିଲା । ସେବେଠାରୁ ବିଏଲଏ ଆରମ୍ଭ ହୋଇଥିଲା, ଯାହାକି ଏବେ ବି ସଂଘର୍ଷ ଜାରୀ ରଖିଛନ୍ତି ।

Leave A Reply

Your email address will not be published.