Latest Odisha News

BREAKING NEWS

ନକ୍ଷତ୍ର ବିସ୍ଫୋରଣ ଯୋଗୁ ୩୬ କୋଟି ବର୍ଷ ତଳେ ପୃଥିବୀରେ ଶେଷ ହୋଇ ଯାଇଥିଲା ଜୀବନ

ନ୍ୟୁୟର୍କ: ପୃଥିବୀ ପୃଷ୍ଠରେ ଅନେକ ଥର ପ୍ରଳୟ ଆସିଛି । ପ୍ରତି ଥର ଭିନ୍ନ ଭିନ୍ନ କାରଣରୁ ପ୍ରଳୟ ଆସିଥିଲେ ମଧ୍ୟ ସବୁଠାରୁ ଭୟଙ୍କର ଥିଲା ୩୬ କୋଟି ବର୍ଷ ତଳର ନକ୍ଷତ୍ର ବିସ୍ଫୋରଣ । ଏଥିଯୋଗୁ ପୃଥିବୀରେ ଜୀବନସତା ଲୋପ ପାଇ ଯାଇଥିଲା । ପୂର୍ବରୁ ପୃଥିବୀ ପ୍ରଳୟ ପଛରେ କାରଣ ଭାବେ ଆଷ୍ଟରୟଡ, ଆଗ୍ନେୟଗିରି ବିସ୍ଫୋରଣ ଓ ଗ୍ଲୋବାଲ ୱାର୍ମିକୁ ବିଚାର କରାଯାଉଥିଲା । ନିକଟରେ ବୈଜ୍ଞାନିକମାନେ ଏ ସମ୍ପର୍କରେ ବଳିଷ୍ଠ ପ୍ରମାଣ ପାଇଛନ୍ତି । ଅଲଟ୍ରାଭାଓଲେଟ କିରଣ ଯୋଗୁ ଜୀବମାନେ ତିଷ୍ଠିପାରି ନ ଥିଲେ । ପୃଥିବୀର ଓଜୋନସ୍ତରରେ ଚ୍ଛିଦ୍ର ହୋଇ ଯାଇଥିଲା ।

ସୌରଜଗତ ବାହାରେ ଥିବା ନକ୍ଷତ୍ରଙ୍କ ବିସ୍ଫୋରଣରେ ଏହା ଘଟିଥିବା ଅନୁମାନ କରାଯାଉଛି । ଏହି ବିସ୍ଫୋଟ ଯୋଗୁ ତେଜସ୍କ୍ରିୟ ରଶ୍ମି ପୃଥିବୀର ଓଜୋନସ୍ତରକୁ କ୍ଷତିଗ୍ରସ୍ତ କରାଇଥିଲେ । ଯାହା ଫଳରେ ମହାପ୍ରଳୟ ଘଟିଥିଲା । ବ୍ରାୟନ ଫିଲ୍ଡ୍‌ସ ସାଇନ୍ସ ଜର୍ଣ୍ଣାଲରେ ଏ ନେଇ ଏକ ରିପୋର୍ଟ ପ୍ରକାଶ କରିଛନ୍ତି । େ

Leave A Reply

Your email address will not be published.