Latest Odisha News

BREAKING NEWS

କୋହଲିଙ୍କ ଅଷ୍ଟ୍ରେଲିଆ ଗସ୍ତ ଶେଷ, ନିରାଶ ସାଥୀ ଖେଳାଳିଙ୍କ ମନୋବଳ ବଢ଼ାଇ ସ୍ୱଦେଶ ଫେରିଲେ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଚଳିତ ଅଷ୍ଟ୍ରେଲିଆ ଗସ୍ତ ଶେଷ ହୋଇଛି । ତାଙ୍କ ପତ୍ନୀ ଅନୁଷ୍ମା ଶର୍ମା ମାଆ ହେବାକୁ ଯାଉଥିବାରୁ ସେ ତାଙ୍କ ସହିତ ରହିବା ପାଇଁ ଗସ୍ତ ଅଧାରୁ ସ୍ୱଦେଶ ଫେରିଛନ୍ତି । ପୂର୍ବରୁ ସେ ପ୍ୟାଟରନିଟୀ ଲିଭ୍ ପାଇଁ ଅନୁରୋଧ କରିଥିଲେ । ଯାହକୁ ବୋର୍ଡ ଅନୁମତି ପ୍ରଦାନ କରିଥିଲା ।

BjdElectrycity

ପ୍ରଥମ ଟେଷ୍ଟର ଶୋଚନୀୟ ପରାଜୟ ପରେ ଖେଳାଳିଙ୍କ ମନୋବଳ ଭାଙ୍ଗି ପଡିଛି । ଏହାକୁ ଦେଖି କୋହଲି ସେମାନଙ୍କ ମନୋବଳ ବଢ଼ାଇଥିଲେ । ରୋହିତ ଶର୍ମା କ୍ୱାରେଂଟାଇନରେ ଥିବାରୁ ସେ କଥା ହୋଇପାରି ନ ଥିଲେ । ବକ୍ସିଂଡେ ଟେଷ୍ଟରେ ଭାରତ ଭଲ ପ୍ରଦର୍ଶନ କରିବ ବୋଲି ସେ କହିଛନ୍ତି । କୋହଲି ଏହି ଅବସରରେ ଅଜିଙ୍କ୍ୟ ରାହାଣେଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରିଥିଲେ ।

Leave A Reply

Your email address will not be published.