Latest Odisha News

BREAKING NEWS

ଜଗତସିଂହପୁର: ହସ୍ପିଟାଲ୍ ପାଇଖାନାରୁ ଉଦ୍ଧାର ହେଲା ନବଜାତକର ମୃତଦେହ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଟଏଲେଟରୁ ସୋମବାର ଦିନ ଏକ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର କରାଯାଇଛି। ଯାହାକୁ ନେଇ ମେଡିକାଲ୍ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି ।

ପ୍ରାପ୍ତ ସୂଚନାନୁଯାୟୀ ଜଣେ ରୋଗୀଙ୍କ ସମ୍ପର୍କୀୟ ପାଇଖାନା ଭିତରେ ଏକ ନବଜାତ ଶିଶୁର ମୃତଦେହ ପଡିଥିବା ଦେଖି ସିକ୍ୟୁରିଟି ଗାର୍ଡଙ୍କୁ ଜଣାଇଥିଲେ । ପରେ ଖବର ପାଇ ସୁଇପରଙ୍କ ଦ୍ୱାରା ମୃତଦେହକୁ ଉଦ୍ଧାର କରାଯାଇଥିବା ନେଇ ମେଡିକାଲ କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି ।

ନବଜାତକଟି ଗୋଟିଏ ପ୍ଲାଷ୍ଟିକ୍ ବ୍ୟାଗରେ ବନ୍ଧା ହୋଇ ପାଇଖାନାରେ ପଡ଼ିଥିବା ନେଇ ସେମାନେ ଦେଖିବାକୁ ପାଇଥିଲେ।

ତେବେ ନବଜାତ ଶିଶୁଟିକୁ କିଏ ଏବଂ କେଉଁ ପରିସ୍ଥିତିରେ ଏଭଳି ପାଇଖାନା ପ୍ୟାନ୍ ମଧ୍ୟରେ ପକାଇଛି, ସେନେଇ ଏଯାବତ୍ ସ୍ପଷ୍ଟ ସୂଚନା ମିଳିପାରିନଥିବା ସୁତ୍ରରୁ ପ୍ରକାଶ ।

ଏନେଇ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡିଛି ।

ଅପରପକ୍ଷରେ ହସ୍ପିଟାଲ କର୍ତ୍ତୃପକ୍ଷ ସିସିଟିଭି ଫୁଟେଜ୍ ମାଧ୍ୟମରେ ଘଟଣାର ଅନୁସନ୍ଧାନ କରୁଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.