Latest Odisha News

BREAKING NEWS

ପ୍ରଖ୍ୟାତ ସାହିତ୍ୟିକ ତଥା ଲୋକପ୍ରିୟ ଅଭିନେତା ଗିରିଶ କନ୍ନଡ଼ଙ୍କ ଦେହାନ୍ତ…

ବେଙ୍ଗାଲୁରୁ: ପ୍ରଖ୍ୟାତ ଅଭିନେତା, ସାହିତ୍ୟିକ ତଥା ପ୍ରଥିତଯଶା ମଞ୍ଚ କଳାକାର ଗିରିଶ କନ୍ନଡ଼ଙ୍କର ସୋମବାର ସକାଳେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା ।

ଗତକିଛି ଦିନ ହେଲା ସେ ଅସୁସ୍ଥ ରହିଥିଲେ । ମୃତ୍ୟୁବେଳକୁ ତାଙ୍କ ଶଯ୍ୟା ନିକଟରେ ତାଙ୍କର ପତ୍ନୀ ସରସ୍ୱତୀ, ପୁତ୍ର ରଘୁ ଏବଂ କନ୍ୟା ରାଧା ଉପସ୍ଥିତ ରହିଥିଲେ ।

ସ୍ୱର୍ଗତଃ ଗିରିଶ କନ୍ନଡ଼ ୧୯୭୪ ମସିିହାରେ ସମ୍ମାନଜନକ ପଦ୍ମଶ୍ରୀ ଉପାଧୀରେ ଭୂଷିତ ହୋଇଥିବା ବେଳେ ୧୯୯୨ ମସିହାରେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନୀତ ହୋଇଥିଲେ । ତାଙ୍କର ଅନବଦ୍ୟ ସାହିତ୍ୟ କୃତି ଲାଗି ସେ ୧୯୯୯ ମସିହାରେ ଭାରତର ଶ୍ରେଷ୍ଠ ସାହିତ୍ୟ ସମ୍ମାନ ଜ୍ଞାନପୀଠ ପୁରସ୍କାର ହାସଲ କରିପାରିଥିଲେ ।

ଅଭିନୟ ଲାଗି ଗିରିଶ କନ୍ନଡ଼ ମଧ୍ୟ ସମଗ୍ର ଭାରତରେ ବେଶ୍ ଜନପ୍ରିୟତା ହାସଲ କରିପାରିଥିଲେ । ସେ ଶେଷଥର ଲାଗି ସଲମାନ ଖାନଙ୍କ ସହିତ ‘ଟାଇଗର୍ ଜିନ୍ଦା ହୈ’ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।

ଗିରିଶ ମେ’ ୧୯ ତାରିଖ ୧୯୩୮ ମସିହାରେ ମହାରାଷ୍ଟ୍ରରେ ଜନ୍ମଗ୍ରହଣ କରିଥିଲେ । ସେ ୧୯୫୮ ମସିହାରେ କର୍ଣ୍ଟାଟକ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡ଼ିଗ୍ରୀ ହାସଲ କରିବା ପରେ ୧୯୬୩ ମସିହାରେ ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟରୁ ମାଷ୍ଟର୍ ଡ଼ିଗ୍ରୀ ପାସ୍ କରିଥିଲେ । ତାଙ୍କର ସୁନ୍ଦର ସାହିତ୍ୟ ଏବଂ ଉକୃଷ୍ଟ କଳାଭିନୟ ଯୋଗୁଁ ସେ ସମଗ୍ର ଭାରତରେ ଜନପ୍ରିୟତା ହାସଲ କରିପାରିଥିଲେ ।

Leave A Reply

Your email address will not be published.