Latest Odisha News

ଦେଶର ୧୦ କୁଖ୍ୟାତ ଗ୍ୟାଙ୍ଗଷ୍ଟରଙ୍କ ୬୦ଟି ସ୍ଥାନରେ NIA ଚଢ଼ାଉ

ନୂଆଦିଲ୍ଲୀ: ଦେଶବ୍ୟାପୀ ପ୍ରାୟ ୬୦ଟି ସ୍ଥାନରେ ନ୍ୟାସନାଲ୍ ଇନଭେଷ୍ଟିଗେସନ୍ ଏଜେନ୍ସି (NIA) ଚଢ଼ାଉ କରିଛି । ଏହି ରେଡ୍ ୧୦ କୁଖ୍ୟାତ ଗ୍ୟାଙ୍ଗଷ୍ଟରଙ୍କ ୬୦ରୁ ଅଧିକ ସ୍ଥାନରେ ହୋଇଛି । ଅନେକ ଗ୍ୟାଙ୍ଗଷ୍ଟର ଜେଲରେ ଥାଇ ଗ୍ୟାଙ୍ଗ ଅପରେଟ୍ କରୁଥିବା ବେଳେ ଆଉ କିଛି ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI ସହ ମିଶିଥିବା ଜଣାପଡ଼ିଛି ।

ନିକଟରେ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡ ପରେ ଏହି ଗ୍ୟାଙ୍ଗର ସମ୍ପୃକ୍ତି ସାମ୍ନାକୁ ଆସିଥିଲା । ଏହି ଗ୍ୟାଙ୍ଗଷ୍ଟର ବିଦେଶରେ ରହି ଭାରତରେ ଅପରାଧ ଘଟାଉଛନ୍ତି । ସିଦ୍ଧୁ ମୁସେୱାଲା ହତ୍ୟା ମାମଲାରେ ଗୋଲ୍ଡି ବରାଡ଼ ନାମକ ଗ୍ୟାଙ୍ଗଷ୍ଟର କାନାଡ଼ାରେ ରହି ହତ୍ୟା ଷଡ଼ଯନ୍ତ୍ର ରଚିଥିଲା । ତିହାଡ଼ ଜେଲରେ ବନ୍ଦୀ ଥିବା ଲରିନ୍ସ ବିଶ୍ରୋଇ ଏଥିରେ ମୁଖ୍ୟ ଭୂମିକା ତୁଲାଇ ଥିଲା ।

ଏହି ଗ୍ୟାଙ୍ଗ ଏବେ ପୋଲିସ ସହ ତଦନ୍ତକାରୀ ସଂସ୍ଥା ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି । ଏହି ଗ୍ୟାଙ୍ଗଷ୍ଟରମାନଙ୍କ ନେଟୱର୍କ ଦିଲ୍ଲୀ, ପଞ୍ଜାବ, ରାଜସ୍ଥାନ, ହରିୟାଣା ସମେତ ଅନେକ ରାଜ୍ୟକୁ ବ୍ୟାପିଛି । ରୋହିଣୀ କୋର୍ଟରେ ମୃତ୍ୟୁବରଣ କରିଥିବା ଜିତେନ୍ଦ୍ର ଗୋଗି ଗ୍ୟାଙ୍ଗ ମଧ୍ୟ ଏଥିରେ ସାମିଲ୍ ଅଛି ।

NIA ଆଜି ପଞ୍ଜାବର ୨୫ଟି ସ୍ଥାନ ସହ ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ରାଜସ୍ଥାନ, ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି । ରେଡରେ ଏନ୍ଆଇଏର ୧୬୦ରୁ ଅଧିକ ଅଧିକାରୀ ସାମିଲ୍ ଅଛନ୍ତି ।

Leave A Reply

Your email address will not be published.