Latest Odisha News

BREAKING NEWS

ସର୍ବସାଧାରଣ ଦର୍ଶନ ପାଇଁ ଖୋଲିବ କି ଶ୍ରୀମନ୍ଦିର, ଆଜି ନିଷ୍ପତ୍ତି

ପୁରୀ: ସର୍ବସାଧାରଣ ଦର୍ଶନ ପାଇଁ ଖୋଲିବ କି ଶ୍ରୀମନ୍ଦିର ? ଆଜି ହୋଇପାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଶ୍ରୀମନ୍ଦିର ଖୋଲିବା ନେଇ ଆଜି ପୁରୀରେ ବସୁଛି ଛତିଶା ନିଯୋଗ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାରଙ୍କ ଅଧ୍ୟକ୍ଷତାରେ ଅପରାହ୍ଣ ସାଢ଼େ ୪ଟାରେ ଏହି ବୈଠକ ଭର୍ଚୁଆଲରେ ବସିବ ।

ବୈଠକରେ ଛତିଶାନିଯୋଗ ସଦସ୍ୟଙ୍କ ସମେତ ପରିଚାଳନା କମିଟି ସଦସ୍ୟ, ଶ୍ରୀମନ୍ଦିରର ବିଭିନ୍ନ ନିଯୋଗ ସଭାପତି, ବରିଷ୍ଠ ସେବାୟତ, ଜିଲ୍ଲାପାଳ ଓ ଏସପି ପ୍ରମୁଖ ଉପସ୍ଥିତ ରହିବେ । ବୈଠକରେ ସର୍ବସଧାରଣ ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲିବା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଫେବ୍ରୁଆରୀରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ କି ନାହିଁ ସେନେଇ ସେବାୟତଙ୍କ ମତାମତ ନିଆଯିବ । ଜାନୁଆରୀ ୧୦ ତାରିଖରୁ ୩୧ ତାରିଖ ଯାଏ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଜାରି ହୋଇଛି । କେବଳ ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ଚାଲିଛି ।

Comments are closed, but trackbacks and pingbacks are open.