Latest Odisha News

BREAKING NEWS

ମହିଳା ବକ୍ସିଂ ଚାମ୍ପିୟନଶିପ: ପଦକ ନିଶ୍ଚିତ କଲେ ନିଖତ, ସ୍ୱିଟୀ, ନୀତୁ

ନୂଆଦିଲ୍ଲୀ: ଷ୍ଟାର ବକ୍ସର ନିଖତ ଜରୀନଙ୍କ ସମେତ ୩ଜଣ ବକ୍ସର ପ୍ରଭାବୀ ପ୍ରଦର୍ଶନ କରି ଚଳିତ ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ଭାରତ ପାଇଁ ପଦକ ନିଶ୍ଚିତ କରିଛନ୍ତି । ନିଖତଙ୍କ ସମେତ ନୀତୁ ଘଣସନ ଓ ସ୍ୱିଟୀ ବୁରା ସେମିଫାଇନାଲରେ ପ୍ରବେଶ କରଛନ୍ତି । ଟାଇଟଲ ଫେଭରାଇଟ ନୀତୁ ୫୦ କିଗ୍ରା ବିଭାଗରେ ଥାଇଲାଣ୍ଡର ରକ୍ଷତ ଛୁଥମେତଙ୍କୁ ସହଜରେ ପରାସ୍ତ କରିଥିଲେ । ନିଖତଙ୍କ ନିକଟରେ ଏବେ ସ୍ୱର୍ଣ୍ଣ ପଦକ ହାସଲ କରିବା ପାଇଁ ୨ଟି ବାଧା ରହିଛି । ୨୦୨୨ରେ ସେ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନଶିପରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ରାଜ୍ୟଗୋଷ୍ଠୀ କ୍ରୀଡା ଚାମ୍ପିୟନ ନୀତୁ ୪୮ କିଗ୍ରା ବିଭାଗରେ ଜାପାନର ମାଡୋକା ୱାଡାଙ୍କୁ ପରାସ୍ତ କରିଥିଲେ ।

ହରିୟାଣାର ଏହି ୨୨ ବର୍ଷୀୟା ଫାଇଟରଙ୍କ ପଂଚ ଏତେ ଶକ୍ତିଶାଳୀ ଥିଲା ଯେ ରେଫରୀ ମ୍ୟାଚ ଅଧାରୁ ବନ୍ଦ କରି ତାଙ୍କୁ ବିଜୟୀ ଘୋଷିତ କରିଥିଲେ । ସ୍ୱିଟୀ ୮୧ କିଗ୍ରା ବିଭାଗରେ ବୁଲଗେରିଆର ଭିକ୍ଟୋରିଆ କେବିକାବାଙ୍କୁ ପରାସ୍ତ କରିଥିଲେ । ବକ୍ସିଂରେ ସେମିରେ ପ୍ରବେଶ କଲେ ବ୍ରୋଞ୍ଜ ପଦକ ନିଶ୍ଚିତ ହୋଇଥାଏ ।

Leave A Reply

Your email address will not be published.