Latest Odisha News

BREAKING NEWS

ବିରଳ ପ୍ରଜାତିର ସ୍ପାଇଡର ଠାବ: ରୁହନ୍ତି ମାଟି ଭିତରେ

ବ୍ରିସ୍‌ବେନ୍‌: ଦୁନିଆରେ ଅନେକ ବିରଳ ପ୍ରଜାତିର ଜୀବଜନ୍ତୁ ଦେଖିବାକୁ ମିଳୁଛି । କିନ୍ତୁ ଅଷ୍ଟ୍ରେଲିଆରେ ବୈଜ୍ଞାନିକମାନେ ବିରଳ ପ୍ରଜାତିର ସ୍ପାଇଡ଼ର ଠାବ କରିଛନ୍ତି, ଯିଏ ମାଟି ତଳେ ଘର କରି ରହିଥାଏ ।

BjdElectrycity

ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡ ସଂଗ୍ରହାଳୟର ବୈଜ୍ଞାନିକମାନେ ଏହି ବିରଳ ପ୍ରଜାତିର ସ୍ପାଇଡର ଆବିଷ୍କାର କରିଛନ୍ତି । ଏହି ସ୍ପାଇଡରର ନାମ ହେଉଛି ଟ୍ରାପଡୋର ସ୍ପାଇଡର୍ ବା ‘ଇଉପ୍ଲୋସ୍ ଡିଗ୍ନିଟାସ୍‌\’ । ବ୍ରିସବେନରେ ଏହି ସ୍ପାଇଡରକୁ ଠାବ କରାଯାଇଛି । ଏହାର ଗୋଡ଼ ଲମ୍ବା ହୋଇଥିବା ବେଳେ ଏହାର ଆକାର ୫ ସେମି ପର୍ଯ୍ୟନ୍ତ ହୋଇଥାଏ । ଏହି ସ୍ପାଇଡର କେନ୍ଦ୍ରୀୟ କୁଇନ୍ସଲ୍ୟାଣ୍ଡ ଅଞ୍ଚଳରେ କଳା ମାଟି ଭିତରେ ବାସ କରନ୍ତି । ଖୋଲା ଜଙ୍ଗଲରେ ସେମାନଙ୍କର ବସା ମାଟି ଭିତରେ ହିଁ ରହିଥାଏ । ଏହି ପ୍ରଜାତିର ସ୍ପାଇଡ଼ର ଖୁବ ଶୀଘ୍ର ବିଲୁପ୍ତ ହେବାକୁ ଯାଉଛି ବୋଲି ବୈଜ୍ଞାନିକମାନେ କହିଛନ୍ତି ।
କୁଇନ୍ସଲ୍ୟାଣ୍ଡ ସଂଗ୍ରହାଳୟ ଏହି ସ୍ପାଇଡର ବିଷୟରେ ଫେସବୁକରେ ସେୟାର କରିଛି । ଏଥିରେ ଉଲ୍ଲେଖ ରହିଛି, ଆମର ବୈଜ୍ଞାନିକ ସେଣ୍ଟ୍ରାଲ କୁଇନ୍ସଲ୍ୟାଣ୍ଡର ବ୍ରିଗାଲୋ ବେଲ୍ଟରୁ ଏକ ନୂତନ ପ୍ରଜାତିର ସ୍ପାଇଡର ଆବିଷ୍କାର କରିଛନ୍ତି । ଦୁଇଟି ଫଟୋ ସେୟାର କରାଯାଇଛି, ଯେଉଁଥିରେ ଗୋଟିଏ ପୁରୁଷ ଏବଂ ଅନ୍ୟଟି ମହିଳା ସ୍ପାଇଡର୍ ରହିଛି ।

Leave A Reply

Your email address will not be published.