Latest Odisha News

BREAKING NEWS

ନିର୍ଭୟା ମାମଲାରେ ଜାରି ହେଲା ନୂଆ ଡେଥ ୱାରେଣ୍ଟ: ମାର୍ଚ୍ଚ ୩ ରେ ଫାଶୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ବହୁ ଚର୍ଚ୍ଚିତ ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀଙ୍କ ପାଇଁ ତୃତୀୟ ଥର ପାଇଁ ଜାରୀ ହୋଇଛି ଡେଥ ୱାରେଣ୍ଟ । ମାର୍ଚ୍ଚ ମାସ ୩ତାରିଖ ସକାଳ ୬ ରେ ଦୋଷୀ ମାନଙ୍କୁ ଫାଶୀ ଦେବା ପାଇଁ ଡେଥ ୱାରେଣ୍ଟ ଜାରୀ କରିଛନ୍ତି ନୂଆଦିଲ୍ଲୀର ପଟିଆଲା ହାଉସ କୋର୍ଟ ।

ଏହା ପୂର୍ବରୁ ଅଦାଲତ ୨ ଥର ଲେଖାଏଁ ଡେଥ୍‌ ଓ୍ୱାରେଣ୍ଟ ଜାରୀ କରିଥିଲେ ସୁଦ୍ଧା ବିଭିନ୍ନ ଆଇନଗତ କାରଣରୁ ପୁଣି ଏହା ଉପରେ ରୋକ ଲଗାଯାଇଥିଲା ।

ପ୍ରଥମେ ୭ ଜାନୁଆରୀ ଓ ପରେ ୨୨ ଜାନୁଆରୀରେ ଫାଶୀ ପାଇଁ ଡେଥ୍‌ ଓ୍ୱାରେଣ୍ଟ ଜାରୀ କରାଯାଇଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ସମସ୍ତ ଚାରି ଜଣ ଦୋଷୀଙ୍କ ପାଇଁ ଏହି ଡେଥ୍‌ ଓ୍ୱାରେଣ୍ଟ ଜାରୀ କରାଯାଇଛି । ଦୋଷୀମାନଙ୍କର ଆଇନଜୀବୀ ଏପି ସିଂ ଏବେ ବି ଦୋଷୀମାନଙ୍କ ନିକଟରେ ଆଇନଗତ ବିକଳ୍ପ ଥିବା ପ୍ରକାଶ କରିଛନ୍ତି ।

ସୋମବାରରେ ଦୋଷୀ ବିନୟର ଓକିଲ ତାଙ୍କ ମହକିଲ ମାନସିକ ରୋଗୀ ଥିବା କଥା କୋର୍ଟକୁ କହିଥିଲେ । ଏହାସହ ଦୋଷୀ ପବନ ଗୁପ୍ତାର ଓକିଲ ସେ ସୁପ୍ରିମ କୋର୍ଟରେ କ୍ୟୁରେଟିଭ୍‌ ପିଟିଶନ୍‌ ଓ ରାଜକ୍ଷମା ପାଇଁ ଆବେଦନ କରିବା ପାଇଁ ଚାହୁଁଥିବା ଜଣାଇଛନ୍ତି । କେବଳ ପବନ ପାଖରେ ଏହି ବିକଳ୍ପ ବାକି ଅଛି ।

Leave A Reply

Your email address will not be published.