Latest Odisha News

ଏୟାର ଇଣ୍ଡିଆକୁ ଋଣ ବୋଝ ଅସମ୍ଭାଳ; ଯାତ୍ରୀଙ୍କୁ ଦେଲା ଏହି ବିଶେଷ ଅଫର

ନୂଆଦିଲ୍ଲୀ: ଋଣ ବୋଝ ତଳେ ସରକାରୀ ଏୟାରଲାଇନ ଏୟାର ଇଣ୍ଡିଆ । ବିମାନ ଯାତ୍ରୀଙ୍କ ପାଇଁ ଏକ ବିଶେଷ ଅଫର ଆଣିଛି । ଏୟାର ଇଣ୍ଡିଆ ଏହି ଅଫର ବିଷୟରେ ନିଜ ୱେବସାଇଟରେ ସୂଚନା ଦେଇଛି । ଏଥିରେ ଆପଣ ମାତ୍ର ୭୯୯ ଟଙ୍କାରେ ବିମାନ ଯାତ୍ରା କରିପାରିବେ । ଏହାବ୍ୟତୀତ ୪,୫୦୦ ଟଙ୍କାରେ ବିଦେଶ ମଧ୍ୟ ଯାଇପାରିବେ । ଟିକେଟ୍ ବୁକ୍ କରିବାର ଶେଷ ତାରିଖ ଆଜି ରାତି ୧୧ ଟା ୫୯ ମିନିଟ୍ ପର୍ଯ୍ୟନ୍ତ ।

ବିଶେଷ କରି ଇକୋନୋମି କ୍ଲାସ ଟିକେଟ୍ ପାଇଁ ଏହି ବିଶେଷ ଅଫର ଅଛି । ଏୟାର ଇଣ୍ଡିଆ ୱେବସାଇଟ୍ ବ୍ୟତୀତ ମୋବାଇଲ ଆପ୍, ବୁକିଙ୍ଗ ଅଫିସରୁ ମଧ୍ୟ ଟିକେଟ୍ ବୁକ୍ କରିପାରିବେ ।

ସୂଚନାଯୋଗ୍ୟ, ଏୟାର ଇଣ୍ଡିଆ ଉପରେ ମୋଟ୍ ୫୮,୨୫୫ କୋଟିର ଋଣ ଅଛି । ଏହି ସମୟରେ ଏୟାର ଇଣ୍ଡିଆ ବିନିବେଶ ପ୍ରକି୍ରୟାରେ ଅଛି । ବର୍ଷ ୨୦୧୬-୧୭ରେ ୪୮,୪୪୭ କୋଟି ଟଙ୍କାର ଋଣ ଥିଲା, ଯାହାକି ବର୍ଷ ୨୦୧୭-୧୮ରେ ବଢ଼ି ୫୫,୩୦୮ କୋଟି ଟଙ୍କା ଓ ୨୦୧୮-୧୯ରେ ୫୮,୨୫୫ କୋଟି ହୋଇଗଲା ।

Leave A Reply

Your email address will not be published.