Latest Odisha News

BREAKING NEWS

ଶ୍ରେୟାଶଙ୍କ ସ୍ଥାନରେ ନୀତିଶ ହେବେ କେକେଆର ଅଧିନାୟକ

କୋଲକତା: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୩ ଆରମ୍ଭରୁ କୋଲକାତା ନାଇଟ ରାଇଡର୍ସ ଟିମକୁ ଶକ୍ତ ଧକ୍କା ଲାଗିଛି । ଦଳର ଷ୍ଟାର ଖେଳାଳି ଶ୍ରେୟାଶ ଆୟାର ଆଘାତପ୍ରାପ୍ତ ହୋଇଛନ୍ତି । ପିଠି ସମସ୍ୟା ଯୋଗୁ ସେ ସମ୍ପୂର୍ଣ୍ଣ ଆଇପିଏଲରୁ ଓହରି ପାରନ୍ତି ବୋଲି ଆଶଙ୍କା ବ୍ୟକ୍ତ କରାଯାଉଛି । ସୋମବାର କେକେଆର ପକ୍ଷରୁ ଆୟାରଙ୍କ ସ୍ଥାନରେ ୨୯ ବର୍ଷୀୟ ଯୁବ ଖେଳାଳି ନୀତିଶ ରାଣାଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରାଯାଇଛି । ନୀତିଶ ଧଳା ବଲରେ ନିଜ ରାଜ୍ୟର ନେତୃତ୍ୱ କରିଥିବାରୁ ଏହା ଆମକୁ ଫାଇଦାରେ ରଖିବ ବୋଲି କେକେଆର ଟିମ ମ୍ୟାନେଜମେଂଟ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି ।

ଶ୍ରେୟାଶ କେତେକ ମ୍ୟାଚରେ ନିଶ୍ଚିତ ଉପଲବ୍ଧ ହେବେ ବୋଲି ଆମେ ଆଶା ରଖିଛୁ ବୋଲି ଦଳ ପକ୍ଷରୁ କୁହାଯାଇଛି । କୋଲକାତା ୧ ଏପ୍ରିଲରେ ତାର ପ୍ରଥମ ମୁକାବିଲା ପଞ୍ଜାବ କିଙ୍ଗସ ବିପକ୍ଷରେ ଖେଳିବ । ଏଥର ଆମେ ଯୁବ ଖେଳାଳିଙ୍କ ଉପରେ ଗୁରୁ ଦାୟିତ୍ୱ ପ୍ରଦାନ କରିଛୁ ବୋଲି ଟିମ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.