Latest Odisha News

BREAKING NEWS

ମେଣ୍ଟ ଭାଙ୍ଗିବ କି ରାହୁଲଙ୍କ ‘ସାଭରକର’ ମନ୍ତବ୍ୟ ? ଉଦ୍ଧବ ଠାକରେ ଦେଲେ ଚେତାବନୀ

ମୁମ୍ବାଇ: ମୁଁ ସାଭରକର ନୁହେଁ, ରାହୁଲ ଗାନ୍ଧୀ… ଭୁଲ୍ ମାଗିବି ନାହିଁ । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏହି ବୟାନକୁ ନେଇ ବିରୋଧ କରିଛନ୍ତି ଉଦ୍ଧବ ଠାକରେ ଓ ସଞ୍ଜୟ ରାଉତ । ଉଦ୍ଧବ କହିଛନ୍ତି, ସାଭରକରଙ୍କୁ ନେଇ ରାହୁଲ ବୟାନବାଜି ବନ୍ଦ ନ କଲେ ସେ ମହା ବିକାଶ ଅଘାଡ଼ି ମହାମେଣ୍ଟରୁ ଓହରି ଯିବେ ।

ଏକ କାର୍ଯ୍ୟକ୍ରମରେ ଉଦ୍ଧବ, ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି । ରାହୁଲଙ୍କୁ ଚେତାବନୀ ଦେଇ ଉଦ୍ଧବ କହିଛନ୍ତି, ଆମେ ସାଭରକରଙ୍କ ଅପମାନ ବରଦାସ୍ତ କରିବୁ ନାହିଁ । ଯଦି ରାହୁଲ ଗାନ୍ଧୀ, ସାଭରକରଙ୍କୁ ଅପମାନିତ କରିବା ଛାଡ଼ିବେ ନାହିଁ ତ ଆମ ମେଣ୍ଟରେ ଫାଟ ସୃଷ୍ଟି ହେବ ।

ସେ ଆହୁରି କହିଛନ୍ତି, ଗଣତନ୍ତ୍ରର ରକ୍ଷା ପାଇଁ ମହା ବିକାଶ ଅଘାଡ଼ି ମହାମେଣ୍ଟ ଗଠନ ହୋଇଥିଲା । ଆମେ ଏକଜୁଟ୍ ହୋଇ କାମ କରିବା ଆବଶ୍ୟକ । ରାହୁଲ ଗାନ୍ଧୀଙ୍କୁ ଜାଣିଶୁଣି ଉସୁକା ଯାଉଛି । ଯଦି ଆମେ ଏଥିରେ ସମୟ ବରବାଦ କରିବା ତାହେଲେ ଲୋକତନ୍ତ୍ରର ଅସ୍ତିତ୍ୱ ରହିବ ନାହିଁ ।

ତେବେ ରାହୁଲ ଗାନ୍ଧୀ ହିଣ୍ଡେନବର୍ଗର ରିପୋର୍ଟକୁ ନେଇ ସରକାରଙ୍କୁ ପଚାରିଥିବା ପ୍ରଶ୍ନକୁ ପ୍ରଶଂସା କରିଛନ୍ତି ଉଦ୍ଧବ । କହିଛନ୍ତି, ପ୍ରଧାନମନ୍ତ୍ରୀ କହିବା ଦରକାର ଆଡାନୀଙ୍କ କମ୍ପାନୀକୁ ୨୦ ହଜାର କୋଟି କେଉଁଠୁ ଆସିଲା ? ମୋଦିଙ୍କୁ ନେଇ ବିଜେପିର ମନ୍ତବ୍ୟକୁ ନେଇ ଠାକରେ କହିଛନ୍ତି, ‘ମୋଦି, ଭାରତ ନୁହଁନ୍ତି । ମୋଦିଙ୍କ ଉପରେ ପ୍ରଶ୍ନ କରିବା ଭାରତର ଅପମାନ ମଧ୍ୟ ନୁହେଁ ।’

ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ପଦ ରଦ୍ଦ ପରେ ଗଣମାଧ୍ୟମକୁ ସେ କହିଥିଲେ, ମୋ ନାମ ସାଭରକର ନୁହେଁ, ମୋ ନାଁ ଗାନ୍ଧୀ ଅଟେ ଓ ଗାନ୍ଧୀ କାହାକୁ ଭୁଲ୍ ମାଗନ୍ତି ନାହିଁ ।

Leave A Reply

Your email address will not be published.