Latest Odisha News

BREAKING NEWS

ମୋଦୀଙ୍କ ବିରୋଧରେ ନୀତିଶଙ୍କ ପ୍ରାୟାସ ବିଫଳ ହେବ

ଭୁବନେଶ୍ୱର : ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନୀତିଶ ଆଗାମୀ ଦିନରେ ଭେଟିବା ପ୍ରସଙ୍ଗରେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କଟାକ୍ଷ କରିଛନ୍ତି  । ନୀତିଶ କୁମାରଙ୍କୁ ନୂଆ ମୁଲ୍ଲା ବୋଲି କହିଛନ୍ତି ପୃଥ୍ୱୀରାଜ  । ନୂଆ ମୁଲ୍ଲା  ପାଞ୍ଚ ଥର ନମାଜ ପଢିବା ପରି, ନୀତିଶ କୁମାର ମୋଦୀ ବିରୋଧୀ ହେବାରେ ଶେଷ ତମ ବ୍ୟକ୍ତି ତେଣୁ ସେ ଏହି ଭଳି ଉଦ୍ୟମ ଆରମ୍ଭ କରିଛନ୍ତି  ।

ନୀତିଶ କୁମାର  ୨୦୧୪ ରୁ ଦଶ ଥର ଅସଫଳ ଉଦ୍ୟମ କରି ବିଫଳ ହୋଇଥିଲେ  । ପୁଣି ଥରେ ନୀତିଶ କୁମାର  ନୂଆ ଉଦ୍ୟମ କରୁଛନ୍ତି, ତାଙ୍କ ଉଦ୍ୟମରେ ଭାରତୀୟ ଜନତା ପାର୍ଟି ଆଞ୍ଚ ମଧ୍ୟ ଆସିବ ନାହିଁ  । ଦେଶର ଲୋକେ ମୋଦୀଙ୍କ ସହିତ ଅଛନ୍ତି  ।

ବିଜେଡି ତୃତୀୟ ସାମୁଖ୍ୟରେ ଯୋଗ ଦେଇ, ନୀତିଶ କୁମାର ସହିତ ନାରା ଦିଅନ୍ତୁ ଦେଶର ଆଞ୍ଚଳିକ ଦଳ ଦୁର୍ନୀତି, ଅତ୍ୟାଚାରରେ ବୁଡି ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି  ସେମାନେ ଏକାଠି ହୋଇ ସରକାର ଗଠନ କରିବା ହାସ୍ୟାସ୍ପଦ କଥା ବୋଲି ରାଜ୍ୟ ବିଜେପି ,ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିବାସହ ନୀତିଶଙ୍କୁ  କଟାକ୍ଷ କରିଛନ୍ତି   ।

Comments are closed.