Latest Odisha News

BREAKING NEWS

ମଣିପୁର ହିଂସା ମାମଲା: ପୀଡିତାଙ୍କ ବୟାନ ରେକର୍ଡ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମଣିପୁର ଭାଇରାଲ ଭିଡିଓ ମାମଲାରେ ଯୌନ ଉତ୍ପୀଡନ ପୀଡିତା ଏବଂ ଉଲଗ୍ନ କରି ବୁଲାଇଥିବା ମହିଳାଙ୍କ ବୟାନ ରେକର୍ଡ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏହାପୂର୍ବରୁ ମହିଳାଙ୍କ ବିବୃତ୍ତି ରେକର୍ଡ ନ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦିଆଯାଇଥିଲା। କାରଣ ଅପରାହ୍ନ ୨ଟାରେ ଏହି ପ୍ରସଙ୍ଗରେ ପିଟିସନର ଶୁଣାଣି ହେବାକୁ ଥିଲା। ମଣିପୁରର ଡିଜିପିଙ୍କୁ ସମନ ପଠାଇବା ସହ ଶୁକ୍ରବାର ଜବାବ ଦାଖଲ କରିବାକୁ କହିଛନ୍ତି କୋର୍ଟ। ଏହାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୭ ରେ ହେବ।

ସୁପ୍ରିମକୋର୍ଟ ସଲିସିଟର ଜେନେରାଲ ତୁଷାର ମେହେତାଙ୍କୁ କହିଥିଲେ ଯେ, ଅପରାହ୍ନ ୨ଟାରେ କୋର୍ଟ ଏହି ମାମଲାର ଶୁଣାଣି କରିବେ। ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ ନେତୃତ୍ୱ ବେଞ୍ଚ ମହିଳାଙ୍କ ପକ୍ଷରୁ ହାଜର ହୋଇଥିବା ଓକିଲ ନିଜମ ପାଶାଙ୍କ ଆବେଦନକୁ ଗୁରୁତ୍ୱ ଦେଇଥିଲେ। ମଣିପୁର ସରକାରଙ୍କ ନିକଟରେ ହାଜର ହୋଇଥିବା ସଲିସିଟର ଜେନେରାଲ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଏପର୍ଯ୍ୟନ୍ତ ମହିଳା ଓ ଶିଶୁଙ୍କ ପ୍ରତି ହେଉଥିବା ହିଂସା ସମ୍ପର୍କିତ ୧୧ ଟି ଏଫଆଇଆର ସିବିଆଇକୁ ଯାଇଛି।

ମଣିପୁର ସରକାରଙ୍କ ତରଫରୁ ଦାଖଲ ହୋଇଥିବା ରିପୋର୍ଟକୁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି। ଯେଉଁଥିରେ ଦର୍ଶାଯାଇଛି ଯେ ଜୁଲାଇ ୨୫, ୨୦୨୩ ପର୍ଯ୍ୟନ୍ତ ୬୪୯୬ ଏଫଆଇଆର ପଞ୍ଜୀକୃତ ହୋଇଛି। ସେହିପରି ଯୌନ ଉତ୍ପୀଡନ ମାମଲାରେ ଜଣେ ନାବାଳିକା ସମେତ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା କୁହାଯାଉଛି। ସଲିସିଟର ଜେନେରାଲ ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଅପରାଧୀଙ୍କ ଶୀଘ୍ର ପଞ୍ଜୀକରଣ କରିବା ପାଇଁ ଏଫଆଇଆର ସିବିଆଇକୁ ହସ୍ତାନ୍ତର କରାଯାଇଛି।

Leave A Reply

Your email address will not be published.