Latest Odisha News

ପୁଣି ବାବା ରାମଦେବଙ୍କୁ ସୁପ୍ରିମକୋର୍ଟ ଝଟକା, ଯୋଗ ଶିବିର ପାଇଁ ଦେବାକୁ ପଡିବ ଟିକସ

ନୂଆଦିଲ୍ଲୀ: ପୁଣି ବାବା ରାମଦେବଙ୍କୁ ସୁପ୍ରିମକୋର୍ଟ ଝଟକା । ପତଞ୍ଜଳି ଯୋଗ ଶିବିର ପାଇଁ ବର୍ତ୍ତମାନ ଟିକସ ଦେବେ ବାବା ରାମଦେବ । ଜଷ୍ଟିସ ଅଭୟ ଏମ ଓକ ଏବଂ ଜଷ୍ଟିସ ଉଜ୍ଜ୍ବଲ ଭୂୟାଁଙ୍କ ସୁପ୍ରିମକୋର୍ଟର ଏକ ବେଞ୍ଚ ଏହି ମାମଲାରେ ସେବା ଟିକସ ଅପିଲ ଟ୍ରିବ୍ୟୁନାଲର ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି ।

BjdElectrycity

ଟ୍ରଷ୍ଟର ଆବେଦନକୁ ଖାରଜ କରି ବେଞ୍ଚ କହିଛନ୍ତି ଯେ, ରାମଦେବଙ୍କ ଯୋଗ ଶିବିର ଆୟୋଜନ କରୁଥିବା ସଂଗଠନ ‘ପତଞ୍ଜଳି ଯୋଗପୀଠ ଟ୍ରଷ୍ଟ’କୁ ବର୍ତ୍ତମାନ ଉଭୟ ଆବାସିକ ତଥା ଅଣ-ଆବାସିକ ଯୋଗ ଶିବିର ପାଇଁ ସେବା ଟିକସ ଦେବାକୁ ପଡିବ । ଟ୍ରିବ୍ୟୁନାଲର ଆଦେଶରେ ହସ୍ତକ୍ଷେପ କରିବାର କୌଣସି କାରଣ ଆମେ ଦେଖୁନାହୁଁ ବୋଲି ବେଞ୍ଚ୍ କହିଛନ୍ତି। ତେଣୁ ପତଞ୍ଜଳି ଯୋଗପୀଠ ଟ୍ରଷ୍ଟର ଆବେଦନକୁ ଖାରଜ କରାଯାଇଛି।

ଅକ୍ଟୋବର ୨୦୦୬ ରୁ ମାର୍ଚ୍ଚ ୨୦୧୧ ମଧ୍ୟରେ ଅନୁଷ୍ଠିତ ଶିବିର ପାଇଁ ପତଞ୍ଜଳି ଯୋଗପୀଠ ଟ୍ରଷ୍ଟକୁ ପ୍ରାୟ ୪.୫ କୋଟି ଟଙ୍କାର ଜରିମାନା ଦେବାକୁ କୁହାଯାଇଛି । ଏନେଇ ଟ୍ରଷ୍ଟ କହିଛି ଯେ, ଏହା ଚିକିତ୍ସା ସେବା ଯୋଗାଇଥାଏ, ଯାହା ‘ସ୍ୱାସ୍ଥ୍ୟ ଏବଂ ଫିଟନେସ୍ ସେବା’ ବର୍ଗରେ ରହିଛି । ଏଥିପାଇଁ ଏହା ଟିକସ ଯୋଗ୍ୟ ନୁହେଁ। ତେବେ ନିର୍ଦ୍ଦିଷ୍ଟ ରୋଗର ଚିକିତ୍ସା ପାଇଁ ଟ୍ରଷ୍ଟର ଦାବିରେ ସକାରାତ୍ମକ ପ୍ରମାଣ ନାହିଁ ବୋଲି କହିଛନ୍ତି ଟ୍ରିବ୍ୟୁନାଲ ।

Leave A Reply

Your email address will not be published.