Latest Odisha News

ଏଥର ମାର୍ଚ୍ଚ ୧୧ ତାରିଖ ଶିବରାତ୍ରି ଦିନ କୁମ୍ଭର ପ୍ରଥମ ଶାହୀ ସ୍ନାନ 

ହରିଦ୍ୱାର: ଏଥର ମାର୍ଚ୍ଚ ୧୧ ତାରିଖ ଶିବରାତ୍ରି ଦିନ କୁମ୍ଭର ପ୍ରଥମ ଶାହୀ ସ୍ନାନ ହେବ। ତୃତୀୟ ଶାହୀ ସ୍ନାନ ଏପ୍ରିଲ ୧୪ ମେଷ ସଂକ୍ରାନ୍ତିରେ ହେବ। କରୋନା ଯୋଗୁଁ ଏଥର କୁମ୍ଭ ମେଳାରେ ଅନେକ କଟକଣା ଲାଗୁ କରାଯାଇଛି। ଏଥର କୁମ୍ଭ ୪୮ ଦିନ ପାଇଁ ହେବ। ସାଧାରଣତଃ କୁମ୍ଭ ମେଳା ୧୨୦ ଦିନ ପାଇଁ ହୋଇଥାଏ। ଏହି ଏହି ଶତାବ୍ଦୀର ଦ୍ୱିତୀୟ ମେଳା। କୁମ୍ଭ ସ୍ନାନ ସହ ଅନ୍ୟାନ୍ୟ ଧାର୍ମିକ କାର୍ଯ୍ୟ ମଧ୍ୟ ହୋଇଥାଏ ।

ପ୍ରତିବର୍ଷ  ମେଷ ରାଶିରେ ସୂର୍ଯ୍ୟଙ୍କ ଆଗମନ ଏପ୍ରିଲ ୧୪ରେ ହୋଇଥାଏ । ପ୍ରତି ୧୨ ବର୍ଷରେ ବୃହସ୍ପତି କୁମ୍ଭ ରାଶିରେ ଆଗମନ କରନ୍ତି । କିନ୍ତୁ ଏଥର ୧୧ ବର୍ଷ ଅନ୍ତରାଳରେ ଏପ୍ରିଲ ୫ ତାରିଖରେ ଆଗମନ ହେଉଛନ୍ତି । 

କୁମ୍ଭ ମେଳା ପ୍ରଥମ ଶାହୀ ସ୍ନାନ – ମାର୍ଚ୍ଚ ୧୧, ମହାଶିବରାତ୍ରି

ଦ୍ୱିତୀୟ ଶାହୀ ସ୍ନାନ – ଏପ୍ରିଲ ୧୨, ସୋମବତୀ ଅମାବାସ୍ୟା

ତୃତୀୟ ଶାହୀ ସ୍ନାନ – ଏପ୍ରିଲ ୧୪, ମେଷ ସଂକ୍ରାନ୍ତି

ଚତୁର୍ଥ ଶାହୀ ସ୍ନାନ – ଏପ୍ରିଲ ୨୭, ବୈଶାଖ ପୂର୍ଣ୍ଣିମା

ଧାର୍ମିକ ବିଶ୍ୱାସ ଅନୁଯାୟୀ କୁମ୍ଭ ମେଳା ସମୟରେ ପବିତ୍ର ଗଙ୍ଗା ନଦୀରେ ସ୍ନାନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ଗଙ୍ଗାରେ ୩ଟି ବୁଡ଼ ପକାଇଲେ ସବୁ ପାପ ନଷ୍ଟ ହୋଇଥାଏ ଓ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ବାସ ରହିଛି । ୨୦୨୧ ଜାନୁଆରୀ ୧୪ ତାରିଖ ମକର ସଂକ୍ରାନ୍ତିରୁ କୁମ୍ଭ ମେଳା ଆୟୋଜନ ଆରମ୍ଭ ହୋଇଛି । 

Leave A Reply

Your email address will not be published.