Latest Odisha News

BREAKING NEWS

ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦: ସିରିଜ୍ ୧-୧ରେ ବରାବର

ବେଙ୍ଗାଲୁରୁ: ବେଙ୍ଗାଲୁରୁଠାରେ ଅନୁଷ୍ଠିତ ହୋଇଥିବା ଚୂଡ଼ାନ୍ତ ଟି-୨୦ ମ୍ୟାଚରେ ଭାରତକୁ ୯ ୱିକେଟରେ ପରାସ୍ତ କରି ତିନିଟିକିଆ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାକୁ ୧-୧ରେ ବରାବର ରଖିବାକୁ ଦକ୍ଷିଣ ଆଫ୍ରିକା ସକ୍ଷମ ହୋଇଛି ।

ଭାରତର ୧୩୪/୯ ରନର ଜବାବରେ ଦକ୍ଷିଣ ଆଫ୍ରିକା ୧୬.୫ ଓଭରରେ ୧୪୦ ରନ କରି ବିଜୟ ହାସଲ କରିପାରିଛି । ଦଳପକ୍ଷରୁ କପ୍ତାନ ତଥା ୱିକେଟ ରକ୍ଷକ ଡ଼ି କକ୍ ଆକର୍ଷଣୀୟ ୭୯ ରନ କରିଥିଲେ । ଓପନର୍ ହେଣ୍ଡ୍ରିକ୍ସ ୨୮ ଏବଂ ବାଭୁମା ୨୭ ରନ କରିଥିଲେ ।

ଭାରତ ପକ୍ଷରୁ ହାର୍ଦ୍ଧିକ ପାଣ୍ଡ୍ୟ ଗୋଟିଏ ୱିକେଟ ଅକ୍ତିଆର କରିପାରିଥିଲେ ।

ହେଣ୍ଡ୍ରିକ୍ସ ପ୍ଲେୟାର୍ ଅଫ ଦି ମ୍ୟାଚ ବିବେଚିତ ହୋଇଥିବା ବେଳେ ଆଫ୍ରିକୀୟ କପ୍ତାନ ଡ଼ି କକ୍ ପ୍ଲେୟାର୍ ଅଫ ଦି ସିରିଜ୍ ଘୋଷିତ ହୋଇଛନ୍ତି ।

Leave A Reply

Your email address will not be published.