Latest Odisha News

[ଭାଇରାଲ୍ ଭିଡିଓ] ଫଇସଲା କରିବାକୁ ଯାଇ ଫସିଲେ ଓକିଲ !

ରାଜସ୍ଥାନ: ସୋସିଆଲ୍ ମିଡିଆରେ ଭାଇରାଲ୍ ଜଣେ ବରିଷ୍ଠ ଓକିଲଙ୍କ ଭିଡିଓ । ଚାଲିଥିଲା ଭର୍ଚୁଆଲ୍ ଶୁଣାଣୀ । ହେଲେ ଶୁଣାଣୀ ମଝିରେ ବରିଷ୍ଠ ଓକିଲଙ୍କ କାରନାମା ଏବେ ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ଭାଇରାଲ୍ ହୋଇଛି ।

ପୁରୁଣା ନୁହେଁ, ଆଜିର ତାଜା ଖବର ! ୬ ଜଣ ବିଏସ୍‌ପି ବିଧାୟକ କଂଗ୍ରେସରେ ସାମିଲ ହେବାର ଦଲିଲ ନେଇ ଚାଲିଥିଲା ରାଜସ୍ଥାନ ହାଇକୋର୍ଟର ଭର୍ଚୁଆଲ୍ ଶୁଣାଣୀ । ଏହି ଶୁଣାଣୀରେ କପିଲ ସିବ୍ୱଲଙ୍କ ସମେତ ରାଜୀବ ଧୱନ ଓ ଅନ୍ୟ ଦୁଇଜଣ ବରିଷ୍ଠ ଓକିଲ ବି ସାମିଲ ଥିଲେ ।

ହଠାତ୍ ଓକିଲ ମହୋଦୟ ରାଜୀବ ଧୱନ ଧଳା କାଗଜ ଆଢୁଆଳରେ ନିଜକୁ ଲୁଚାଇ ମୁହଁରେ ଲଗାଇଥିଲେ ହୁକ୍କା । ତେବେ ପେପରଟି ତାଙ୍କ ହୁକ୍କା ଟଣା କାରନାମାକୁ ଲୁଚାଇପାରିନଥିଲା । ଭିଡିଓରେ ଏହି ସମସ୍ତ ଦୃଶ୍ୟ ସ୍ପଷ୍ଟ ଭାବେ ଦେଖାଯାଇପାରେ ।

କରୋନା ମହାମାରୀ ପାଇଁ ସୁପ୍ରିମକୋର୍ଟଙ୍କ ଆଦେଶାନୁସାରେ ଜରୁରୀ ଶୁଣାଣୀ ଅନ୍‌ଲାଇନ୍ ମୋଡରେ ଚାଲିଛି । ଏପରି ସ୍ଥିତିରେ ରାଜୀବ ଧୱନ୍‌ଙ୍କ ହୁକ୍କା ଟଣା ଭିଡିଓ ରାଜସ୍ଥାନ ହାଇକୋର୍ଟଙ୍କ ନଜରର ଆସିଛି କି ନାହିଁ, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Leave A Reply

Your email address will not be published.