ଭୁବନେଶ୍ୱର: ଓଡ଼ିଶାରେ ବର୍ତ୍ତମାନ ଯାଏ ସମୂହ ସଂକ୍ରମଣ ହୋଇନାହିଁ । ଭୁବନେଶ୍ୱରର ସୂର୍ଯ୍ୟନଗର ଓ ବମିଖାଲ ଘଟଣା ପରେ ସରକାର ଏହାକୁ ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରିଥିଲେ । ଫଳରେ ସଂପୃକ୍ତ ଅଂଚଳରେ ସଟଡାଉନ୍ ଘୋଷଣା କରି ସ୍ୱତନ୍ତ୍ର ଟିମ୍ ଦ୍ୱାରା ଯାଂଚ୍ ଆରମ୍ଭ ହୋଇଥିଲା । ତେବେ ଉଭୟ ଘଟଣାରେ ବାହାର ରାଜ୍ୟର ଲିଙ୍କ ମିଳିଛି । ସୂର୍ଯ୍ୟନଗର ଆକ୍ରାନ୍ତଙ୍କ ସମ୍ପର୍କୀୟ କୋଲକାତାରୁ ଆସିଥିଲେ ଏବଂ ବମିଖାଲ ଆକ୍ରାନ୍ତଙ୍କ ଭୋପାଳ ଲିଙ୍କ ମିଳିଛି ।
ଓଡିଶାର ଦୁଇ ଆକ୍ରାନ୍ତଙ୍କ ଠାରୁ ବାହାର ରାଜ୍ୟର ଲିଙ୍କ ମିଳିବା ପରେ ସରକାର ସ୍ପଷ୍ଟ କରିଛନ୍ତି ଯେ, ଏଯାଏ ରାଜ୍ୟରେ ସମୂହ ସଂକ୍ରମଣ ହୋଇନାହିଁ । ମୁଖ୍ୟ ଶାସନ ସଚିବ କହିଛନ୍ତି, ରାଜ୍ୟରେ ୮୦ପ୍ରତିଶତ ଆକ୍ରାନ୍ତଙ୍କ ଠାରେ ପୂର୍ବରୁ ଭୂତାଣୁରେ ଆକ୍ରାନ୍ତ ହୋଇଥିବା ଲକ୍ଷଣ ନଥିଲା । ତେଣୁ ସମସ୍ତଙ୍କୁ ସତର୍କ ରହିବାକୁ ସେ ଅନୁରୋଧ କରିଛନ୍ତି ।
BREAKING NEWS
- ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଟି୨୦ ବିଜୟ ପାଇଁ ଟିମ ଇଣ୍ଡିଆ ଅପେକ୍ଷା କରିଥିଲା ୧୦ ବର୍ଷ
- କେମିକାଲ ଓ ପେଟ୍ରୋକେମିକାଲ୍ସ ହବ୍ ହେବାକୁ ଓଡ଼ିଶାର ଉଦ୍ୟମ; ଶିଳ୍ପପତିଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ
- ମଦ ନେଲା ଜୀବନ;କକାର ଟାଙ୍ଗିଆ ଚୋଟରେ ପୁତୁରାର ଜୀବନ ଗଲା
- ରଣଜୀ ଟ୍ରଫି: କେରଳଠାରୁ ପରାସ୍ତ ହେଲା ଓଡ଼ିଶା
- ଆପଣମାନେ ଜେନ୍-ଜି ନୁହଁନ୍ତି : ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କ ଆବେଦନ ଶୁଣାଣି ସମୟରେ ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ଟିପ୍ପଣୀ
- ନ୍ୟୁଜିଲାଣ୍ଡ ପାଇଁ ବଡ଼ ବିପଦ ସାଜିଛନ୍ତି ଭୁବନେଶ୍ୱର କୁମାର
- ଲେଜର ରଶ୍ମିର କମାଲ: ପ୍ଲାଷ୍ଟିକରୁ ତିଆରି ହେଲା ହୀରା
- ସୌଭାଗ୍ୟ ଥିଲେ ମହାପ୍ରଭୁଙ୍କ ଦର୍ଶନ ମିଳେ: ପବିତ୍ର ବିଜୟା ଦଶମୀରେ ମହାପ୍ରଭୁଙ୍କ ଦର୍ଶନ କଲେ ଅଭିନେତା ଗୋବିନ୍ଦା
- ବିସିସିଆଇ ସଭାପତିଙ୍କ ବଡ଼ ବୟାନ: ବୟସ ନୁହେଁ, ଫିଟନେସ୍ ଓ ଫର୍ମ ଦେଖି ରୋହିତ-ବିରାଟଙ୍କ ଚୟନ ହେବ
- ଜନ ସମୁଦ୍ରରେ ଶେଷ ହେଲା ଯୋଡି ଛତର ଯାତ୍ରା

Comments are closed.