Latest Odisha News

BREAKING NEWS

କୋଟିଆ ଗାଁ ପରେ ଏବେ ମାଲକାନଗିରି ଉପରେ ଆନ୍ଧ୍ର ସରକାରଙ୍କ ନଜର

ମାଲକାନଗିରି : ଓଡିଶାର ସୀମାନ୍ତ ଗ୍ରାମ ଗୁଡିକୁ କରାୟତ କରିବାକୁ ଆନ୍ଧ୍ର ସରକାର ଏବେ ରଚିଛନ୍ତି ନୂଆ ଷଡଯନ୍ତ୍ର । ଓଡିଶାର କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ତହସିଲ ଅନ୍ତର୍ଗତ କୋଟା ପଞ୍ଚାୟତରେ ବିଭିନ୍ନ ଜନ ହିତକର ଯୋଜନା ଗୁଡିକ ଆରମ୍ଭ କରିବା ପରେ ଏବେ ଆନ୍ଧ୍ର ସରକାର ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କେତେକ ସୀମାନ୍ତବର୍ତ୍ତୀ ଗ୍ରାମ ଗୁଡିକ ଉପରେ ନଜର ପକାଇଛନ୍ତି ।

ଏହି ରିପୋର୍ଟରେ ଯଦି ସତ୍ୟତା ଥାଏ, ମାଲକାନଗିରିର ଚିତ୍ରକୋଣ୍ଡା ବ୍ଲକ ତଥା ଆନ୍ଧ୍ର ଓ ଓଡିଶା ସୀମାନ୍ତବର୍ତ୍ତୀ ଗ୍ରାମ ଗୁଡିକରେ ଆନ୍ଧ୍ର ସରକାରଙ୍କ ଏକ ଡାକ୍ତରୀ ଦଳ ମାଗଣାରେ ସ୍ୱାସ୍ଥ୍ୟସେବା ପ୍ରଦାନ କରିଛନ୍ତି । ଏହାବ୍ୟତୀତ ଆମ୍ବୁଲାନ୍ସ ମାଧ୍ୟମରେ ରୋଗୀମାନଙ୍କୁ ଚିକିତ୍ସା ଲାଗି ଆନ୍ଧ୍ରପ୍ରଦେଶର ସୀମାନ୍ତ ଜିଲ୍ଲା ଗୁଡିକୁ ଚିକିତ୍ସା ଲାଗି ନିଆଯାଉଛି ।

“ଏଠାକର ଲୋକମାନଙ୍କୁ ପ୍ରବଳ ଜ୍ୱର, ଥଣ୍ଡା ତଥା ଡାଇରିଆ ହେଲେ ମଧ୍ୟ ଚିକିତ୍ସା ଲାଗି ମାଲକାନଗିରିରୁ ଡାକ୍ତର ଆସୁନାହାନ୍ତି । ଅନ୍ୟପକ୍ଷରେ ଆନ୍ଧ୍ରପ୍ରଦେଶରୁ ମାଗଣା ଚିକିତ୍ସା ସେବା ମିଳିପାରୁଛି । ସେମାନେ ମଧ୍ୟ ଆମ ଗ୍ରାମର ପରିବହନ ସୁବିଧା କରାଇ ଚିକିତ୍ସା ନିମନ୍ତେ ଆନ୍ଧ୍ରର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଉଛନ୍ତି” ବୋଲି କହିଛନ୍ତି ଚିତ୍ରକୋଣ୍ଡା ବ୍ଲକର ଏକ ବାସିନ୍ଦା ମନଖିଲ ଓ ସୁରେଶ ପାଙ୍ଗୀ ।

ଏହାସତ୍ୱେ ମାଲକାନଗିରି ଜିଲ୍ଲରା କୌଣସି ବରିଷ୍ଠ ଚିକିତ୍ସାଧିକାରୀ ଏନେଇ ଯୋଗାଯୋଗ କରିନାହାନ୍ତି ।

Leave A Reply

Your email address will not be published.