ନୂଆଦିଲ୍ଲୀ: ଅସଲୀ ନାଁରେ ନକଲି ଜିନିଷ ବିକ୍ରିର ଟ୍ରେଣ୍ଡ ଭିତରେ ଆସିଛି ଭଲ ଖବର । ଆଉ ବଜାରରେ ବିକ୍ରି ହେବନି ଫେକ୍ ପନୀର୍ । ପନୀର୍ ଉତ୍ପାଦରେ ରହିବ ପ୍ରଡକ୍ଟ ଡିଟେଲ୍ସ । ଆଉ ବ୍ୟବହାର ହେବନି ‘ପନୀର୍’ ଶବ୍ଦ । ଫୁଡ୍ ସେଫ୍ଟି ଓ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI)ର ନୂଆ ପ୍ରସ୍ତାବ । ଆନାଲଗ୍ ପନୀର୍ ଓ ଚିଜ୍ ଉତ୍ପାଦରେ ପନୀର ଶବ୍ଦ ଲଗାଇବାକୁ କଟକଣା ଜାରି ହୋଇଛି । ବିକଳ୍ପ ଉତ୍ପାଦ ପାଇଁ ‘ପନୀର୍’ଲେବଲ୍ ନଲଗାଇବାକୁ ପ୍ରସ୍ତାବ ଦେଇଛି ଏଫଏସଏସଏଆଇ । ଗ୍ରାହକ କିଣୁଥିବା ଉତ୍ପାଦର ପ୍ରକୃତି ଓ ଉପାଦାନ ସମ୍ପର୍କରେ ଯେପରି ବିଭ୍ରାନ୍ତ ନହୁଅନ୍ତି, ତାକୁ ଲକ୍ଷରେ ରଖି ଏପରି ପ୍ରସ୍ତାବ ଦିଆଯାଇଛି । ଏହି ପ୍ରସ୍ତାବିତ ସଂଶୋଧନ ଖାଦ୍ୟ ବ୍ୟବସାୟୀଙ୍କୁ ପ୍ରଭାବିତ କରିବ । ହୋଟେଲ୍ , ରୋସ୍ତୋରାଁ ଓ କ୍ୟାଟେରିଂ ସେବା ଯୋଗାଉଥିବା ବ୍ୟବସାୟୀ ମାନେ ପାରମ୍ପରିକ ଦୁଗ୍ଧଭିତିକ ପନୀର୍ କିମ୍ବା ଚିଜ୍ ଉତ୍ପାଦର ବିକଳ୍ପ ବ୍ୟବହାର କରନ୍ତି । ଏଫଏସଏସଏଆଇର ପ୍ରସ୍ତାବ ଅନୁସାରେ, ପନୀର କିମ୍ବା ପନୀର ସଦୃଶ ଉତ୍ପାଦ ବ୍ୟବହାର କରି ପ୍ରସ୍ତୁତ ସାମଗ୍ରୀ ଗୁଡିକୁ ଗ୍ରାହକଙ୍କ ପାଇଁ ସ୍ପଷ୍ଟ ଭାବେ ଚିହ୍ନଟ କରାଯିବା ଆବଶ୍ୟକ । ଖାଦ୍ୟ ସୁରକ୍ଷା ଓ ମାନକ ନିୟମାବଳୀ ଅନୁସାରେ ମେନ୍ୟୁ କାର୍ଡ ଓ ପ୍ୟାକେଜିଂ ଲେବଲ୍ ସହିତ ଗ୍ରାହକଙ୍କୁ ଜଣାଇବାକୁ ପଡିବ । ଗ୍ରହକଙ୍କୁ ବିଭ୍ରାନ୍ତି ହେବାରୁ ରୋକିବାକୁ ଏପରି ବିଜ୍ଞପ୍ତି ଜାରି କରିଛି ଏଫଏସଏସଏଆଇ । ଏହାଦ୍ୱାରା ଆନାଲଗ ଉତ୍ପାଦକୁ ପନୀର ନାଁ ନେଇ ବିକ୍ରି ଉପରେ ଲାଗିପାରିବ କଟକଣା । ଆନାଲଗ୍ ଇନ୍ ଡାଏରୀ କଂଟେକ୍ସଟ ବର୍ଗରେ ପୂର୍ବରୁ ନାମକରଣ ହୋଇଥିବା କି ବିକ୍ରି ହୋଇଥିବା ଉତ୍ପାଦର ନାମ ପରିବର୍ତନ କରିବାକୁ ହେବ । ଯାହା ପାରମ୍ପରିକ ଦୁଗ୍ଧ ଭିତିକ ପନୀର କିମ୍ବା ଚିଜ୍ ନୁହେଁ ତାକୁ ପନୀର କହି ବିକୁଥିବା ବ୍ୟବସାୟୀ ହୁଅନ୍ତୁ ସାବଧାନ । ଏଣିକି ଗ୍ରାହକଙ୍କ ଅବଗତି ନିମନ୍ତେ FSSAIର ନୂଆ ବିଜ୍ଞପ୍ତି କାମରେ ଆସିବ । ଖାଦ୍ୟ ସାମଗ୍ରୀର ଲେବଲ୍ ଏବଂ ଉପାଦାନ ସମ୍ବନ୍ଧୀୟ ନିୟାମକ ଯାଂଚ୍ ତଥା ଖାଦ୍ୟ ସୁରକ୍ଷା ଯାଂଚ୍ ବୃଦ୍ଧି ପାଇଥିବା ସମୟରେ ଏହି ପ୍ରସ୍ତାବ ନିହାତି ଏକ ଯୁଗାନ୍ତକାରୀ ପ୍ରସ୍ତାବ ସାବ୍ୟସ୍ତ ହେବ ।
BREAKING NEWS
- Attempted Shooting at US Hindu Temple:ଆମେରିକାର ହିନ୍ଦୁ ମନ୍ଦିରରେ ଗଣ ଗୁଳିକାଣ୍ଡ ଘଟାଇବା ଷଡ଼ଯନ୍ତ୍ରକୁ ନେଇ ଭାରତ ଚିନ୍ତିତ; ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି
- ଦିଲ୍ଲୀ ରାମଲୀଳା: ରାବଣ ସହିତ ପୋଡ଼ାଯିବ ୩୦ ଫୁଟର ‘କକ୍ରୋଚ୍’ ପ୍ରତିମୂର୍ତ୍ତି
- ମହିଳା ଓ ଶିଶୁ ବିକାଶ ବିଭାଗ ଓ ବିର୍ଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ
- ଅନ୍ତ୍ୟୋଦୟ ଗୃହ ଯୋଜନାରେ ଆଉ ୨,୯୧,୬୬୬ ନୂଆ ଘର ହେବ ନିର୍ମାଣ
- ୭୫ ବର୍ଷୀୟ ବୃଦ୍ଧଙ୍କ ପ୍ରେମରେ ପଡ଼ିଲେ ୩୦ ବର୍ଷୀୟା ବ୍ଲଗର୍; ହୋଇ ସାରିଛି ନିର୍ବନ୍ଧ
- ବୈଭବ,ସଞ୍ଜୁଙ୍କୁ ନେଇ ଶ୍ରୀକାନ୍ତଙ୍କ ବଡ଼ ଅଭିଯୋଗ; ଟାର୍ଗେଟ୍ରେ ଗୌତମ ଗମ୍ଭୀର
- Odisha Student Union Elections:ଭୋଟିଂ ପରେ ଆସିଛି ଫଳାଫଳ;ରେଭେନ୍ସାରେ BCJD,ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ABVP…
- ସିରିଜ ଦୁର୍ଘଟଣା ଘଟାଇଲା ଟ୍ରକ; ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି
- ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜରେ ବୁମରାହଙ୍କୁ ଦିଆଯାଇପାରେ ବିଶ୍ରାମ
- ହେନଲେ ପାସପୋର୍ଟ ଇଣ୍ଡେକ୍ସ ୨୦୨୬: ଭାରତୀୟ ପାସପୋର୍ଟ ରାଙ୍କିଙ୍ଗ୍ରେ ସାମାନ୍ୟ ଉନ୍ନତି, ୮୪ ତମ ସ୍ଥାନରେ ଭାରତ

Comments are closed.