Latest Odisha News

BREAKING NEWS

ଦରକାର ପଡ଼ିବନି ଡ୍ରାଇ କ୍ଲିନିକ, ଏମିତି ଧୋଇଲେ ନୂଆ ଦିଶିବ ସିଲ୍କ ଶାଢ଼ୀ

ଭୁବନେଶ୍ଵର: ରେଶମ ଶାଢ଼ୀ ବା ସିଲ୍କ ଶାଢ଼ୀ ପିନ୍ଧିବା ପ୍ରାୟତଃ ଆଜିକାଲିର ଏକ ଫ୍ୟାସନ । ଆଜିକାଲିର ମହିଳାମାନେ ରେଶମ ଶାଢ଼ୀ ପିନ୍ଧିବାକୁ ଅଧିକ ପସନ୍ଦ କରୁଛନ୍ତି । ସେ ବିବାହ ହେଉ କି ବ୍ରତଘର, ପାର୍ଟି ହେଉ କି କୌଣସି ସଭା ସବୁଠି ଯିବା ପାଇଁ ପ୍ରାୟତଃ ମହିଳାମାନେ ରେଶମ ଶାଢ଼ୀ ହିଁ ପିନ୍ଧିବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏହି ରେଶମ ଶାଢ଼ୀ ଯଦି ମଇଳା ହୋଇଯାଏ ଏହାକୁ କିପରି ସଫା କରିବେ ତାହା ଭାବିଛନ୍ତି କି। ରେଶମ ଶାଢ଼ୀକୁ ସାଧାରଣତଃ ଲୋକମାନେ ନିଜେ ସଫା ନ କରି ଲଣ୍ଡ୍ରିରେ ଦେଇଥାନ୍ତି। ଯାହାକି ଟିକେ ମହଙ୍ଗା ହୋଇଥାଏ । ତେବେ ଆମେ ଆପଣଙ୍କୁ ଏପରି ଏକ ଉପାୟ କହିବୁ ଯେଉଁଥିରେ ଆପଣଙ୍କ ଟଙ୍କା ସଞ୍ଚୟ ବି ହେବ ଆଉ ଆପଣଙ୍କ ରେଶମର ଶାଢ଼ୀ ଚକ୍ ଚକ୍ ବି କରିବ ।

ସବୁବେଳେ ରେଶମ ଶାଢ଼ୀ ଧୋଇବା ପାଇଁ ଥଣ୍ଡା ପାଣି ବ୍ୟବହାର କରନ୍ତୁ । ରେଶମ ଶାଢୀକୁ ଧୋଇବା ପୂର୍ବରୁ ପ୍ରଥମେ କିଛି ସମୟ ଥଣ୍ଡା ପାଣିରେ ଭିଜାନ୍ତୁ । ରେଶମ ଶାଢ଼ୀ ଧୋଇବା ପାଇଁ ଆଦୌ ଗରମ ପାଣି ବ୍ୟବହାର କରନ୍ତୁ ନାହିଁ। ଗରମ ପାଣି ବ୍ୟବହାର କରିବା ଦ୍ବାରା ଶାଢ଼ୀରେ ରଙ୍ଗ ହଲକା ହୋଇଯାଏ । ଶାଢି଼କୁ ପାଣିରେ ଭିଜେଇବା ପରେ ଏକ ଟପରେ ଥଣ୍ଡା ପାଣି ନିଅନ୍ତୁ ଓ ଏଥି୍ରେ ଦୁଇ ଚାମଚ ଭିନେଗାର ମିଶାନ୍ତୁ । ଏହା ପରେ ସେଥିରେ ରେଶମ ଶାଢ଼ୀ ଭିଜାଇ ୧୦ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ । ଦେଖିବେ ଏଥିରେ ଲାଗିଥିବା ଦାଗ ଦୂର ହୋଇଯିବ । ରେଶମ ଶାଢି଼କୁ ସାଧା ଶାଢ଼ି ସହିତ ରଖନ୍ତୁ ନାହିଁ । ସବୁବେଳେ ରେଶମ ଶାଢ଼ିକୁ ଏକ ଅଲଗା ସ୍ଥାନରେ ରଖନ୍ତୁ ଓ ଏକ ସୂତା କପଡାରେ ଭଲ ଭାବରେ ଘୋଡାନ୍ତୁ । ଏହା ଆପଣଙ୍କ ଶାଢ଼ିକୁ ସୁରକ୍ଷିତ ରହିବ ।

Leave A Reply

Your email address will not be published.