Latest Odisha News

ହତ୍ୟାର ୭ ବର୍ଷ ପରେ ଜୀବିତ ଫେରିଲେ ମହିଳା, ସଜ୍ଜା କାଟିଲେ୨ ନିର୍ଦୋଷ  

ରାଜସ୍ଥାନ : ହତ୍ୟାର ସାତବର୍ଷ ପରେ ଜୀବିତ ଅବସ୍ଥାରେ ପୋଲିସକୁ ମିଳିଲେ ମହିଳା । ଜେଲ୍‌ରେ ସଜ୍ଜା କାଟିଲେ ୨ନିର୍ଦୋଷ । ଏଭଳି ଆଶ୍ଚର୍ଯ୍ୟକର ଘଟଣା ରାଜସ୍ଥାନର ଦୌସା ଅଞ୍ଚଳରେ ଘଟିଛି  । ସୂଚନା ଅନୁଯାୟୀ, ଜଣେ ମହିଳାଙ୍କ ହତ୍ୟା ଘଟଣା ନେଇ ଥାନାରେ ମାମଲା ରୁଜୁ ହୋଇଥିଲା  । ଏହି ଘଟଣାରେ ୨ ଜଣ ନିର୍ଦ୍ଦୋଷ ବିଚାର ବିଭାଗୀୟ ହାଜତରେ ୩ ବର୍ଷ ଜେଲରେ ସଜା କାଟିଥିଲେ  । ହେଲେ ୭ ବର୍ଷ ପରେ ମହିଳା ଜଣକ ଘରକୁ ଫେରିଛନ୍ତି  । ଯାହା ପୋଲିସର ତଦନ୍ତ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ପୋଲିସ କହିବା ଅନୁଯାୟୀ, ଉତ୍ତର ପ୍ରଦେଶର କୌସୀ ନିବାସୀ ଆରତୀ ପୂର୍ବରୁ ସୋନୁ ସୈନିଙ୍କୁ ବିବାହ କରିଥିଲେ । ପରେ ନିଖୋଜ ହୋଇଯାଇଥିଲେ । ତେବେ ସେହି ସମୟରେ ବୃନ୍ଦାବନରୁ ଜଣେ ମହଳାଙ୍କ ମୃତ ଦେହ ମିଳିଥିଲା  । ମୃତ ଶବକୁ ନ ଚିହ୍ନି ପରିବାର ଲୋକେ ଆରତୀ ଭାବୀ ସୋନୁ ସୈନି ଏବଂ ଗୋପାଳ ସୈନୀଙ୍କ ଉପରେ ହତ୍ୟା ଅଭିଯୋଗ କରିଥିଲେ  । ଅଭିଯୋଗ ଅନୁଯାୟୀ ପୋଲିସ ୨ ନିର୍ଦ୍ଦୋଷକୁ ଗିରଫ କରିଥିଲା  ।

୩ ବର୍ଷ ପରେ ଜାମିନରେ ବାହାରି ସୋନୁ ଏବଂ ଗୋପାଳ ଆରତୀଙ୍କୁ ବହୁ ଖୋଜା ଖୋଜି କରିଥିଲେ  । ପରେ ରାଜସ୍ଥାନ ଦୋସାର ବିଶଳା ଗାଁ ରେ ଆରତୀ ରହୁଥିବାର ଖବର ପାଇଥିଲେ । ପରେ ବୃନ୍ଦାବନ ପୋଲିସ ମହିଳାଙ୍କୁ ଉଦ୍ଧାର କରିଛି  । ଏନେଇ ୨ ନିର୍ଦ୍ଦୋଷ ଭୋଗିଥିବା ସଜ୍ଜାକୁ ନେଇ ସେହି ଅଞ୍ଚଳରେ ପୋଲିସ ଉପରେ ଆଙ୍ଗୁଳି ଉଠାଇଛନ୍ତି  ।

 

Leave A Reply

Your email address will not be published.